ୟୁଏସ୍‌ବିଏମ୍‌ ତରଫରୁ ଜଳଛତ୍ର କାର୍ଯ୍ୟକ୍ରମ

ଭୁବନେଶ୍ବର,ଏନ୍ଏନ୍ଏସ୍: ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଓ ଜନଜୀବନ ଅସ୍ତବ୍ୟସ୍ତ। ପଥଚାରୀମାନେ ଭୁବନେଶ୍ବରର କଂକ୍ରିଟ୍‌ ଜଙ୍ଗଲରେ ପାଣି ଟୋପାଏ ଲଗି ଡହଳ ବକଳ। ସର୍ବସାଧାରଣଙ୍କ ନ୍ୟୁନତମ ସ୍ବାର୍ଥକୁ ଅଗ୍ରାଧିକାର ଦେବାପାଇଁ ୟୁନାଇଟେଡ୍‌ ସ୍କୁଲ୍‌ ଅଫ୍ ବିଜନେସ୍‌ ମ୍ୟାନେଜମେଣ୍ଟ ତରଫରୁ ଇନଫୋସିଟି ଛକ ନିକଟରେ ଏକ ଜଳଛତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ଡ. ସଂଜୀବ କୁମାର ଦାସ ଓ ଉପଦେଷ୍ଟା ଡ. କାହ୍ନୁଚରଣ ସ୍ବାଇଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦାନ କରି ଏହାର ସଫଳ ରୂପାୟନରେ ସହେଯାଗ କରିଥିଲେ। ଏନେଇ ବରିଷ୍ଠ ଅଧ୍ୟାପକ କୈଳାସ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।