ବାଲୁକାରେ ମାନସଙ୍କ ଜଳ ସଂରକ୍ଷଣର ସଚେତନତା ବାର୍ତ୍ତା

ପୁରୀ,ଏନ୍ଏନ୍ଏସ୍: ଜଳର ସଂରକ୍ଷଣ ହିଁ ବିଶ୍ୱବାସୀଙ୍କୁ ଜଳସଙ୍କଟରୁ ଉଦ୍ଧାର କରି ଜୀବନକୁ ସୁରକ୍ଷା ଦେଇପାରିବ। ତେବେ ଜଳ ସଂରକ୍ଷଣର ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୁରୀ ବେଳାଭୂମିରେ ବାଲୁକା ଶିଳ୍ପୀ ମାନସ ସାହୁ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଏଥିରେ ସେ ଜଳର ସଦୁପଯୋଗ କରିବା ପାଇଁ ବାଲୁକା କଳା ମାଧ୍ୟମରେ ନିବେଦନ କରିଛନ୍ତି।