ବରଗଡ଼,ଏନ୍ଏନ୍ଏସ୍: ଏକ ସୁସ୍ଥ ସମାଜ ଗଠନ ପାଇଁ ବିଶୁଦ୍ଧ ପାନୀୟଜଳର ଆବଶ୍ୟକତା ରହିଛି । ଯାହାକୁ ଉପଲବ୍ଧି କରି ବରଗଡ଼ ସଦର ବ୍ଲକର ଦୁଇଟି ପଞ୍ଚାୟତର ୫ଟି ଗ୍ରାମରେ ପିଟିସି ଇଣ୍ଡିଆ ଲିମିଟେଡ ତରଫରୁ ୱାଟର ଏଟିଏମ ସ୍ଥାପିତ କରାଯାଇଛି । ପିଟିସି ଫାଉଣ୍ଡେସନ ସହଯୋଗରେ ପୁନାର ତୋୟମ ଟେକନୋଲୋଜିସ ଦ୍ୱାରା ଏହି ପ୍ରକଳ୍ପ ସ୍ଥାପନ ହୋଇଛି। ଜିଲ୍ଲାରେ ପ୍ରଥମଥର ପାଇଁ ସଦର ବ୍ଲକ୍ ଗୁଡେଶିରା ପଞ୍ଚାୟତର ଗୁଡେଶିରା, ସାଉନ୍ତପୁର, ଡୁମେରପାଲି, ହଲଦିପାଲି ଏବଂ ପଥର୍ଲା ପଞ୍ଚାୟତର ତୁରୁଙ୍ଗା ଗ୍ରାମରେ ଏହି ବିଶୁଦ୍ଧ ପାନୀୟଜଳ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଏହି ପ୍ରକଳ୍ପ ଦ୍ୱାରା ସମ୍ପୃକ୍ତ ଗ୍ରାମବାସୀ ବିଶୁଦ୍ଧ ପାନୀୟଜଳର ସୁବିନିଯୋଗ କରି ସୁସ୍ଥ ଓ ନିରାମୟ ଜୀବନଯାପନ କରି ପାରିବେ ବୋଲି ତୋୟମ ଟେକନୋଲୋଜିସର ମୁଖ୍ୟ ସୁର୍ଯ୍ୟଭାନୁ ଦଲାଲ ଆଶାବ୍ୟକ୍ତ କରିଛନ୍ତି । ଗୁଡେଶିରା ସରପଞ୍ଚ ରୂପଧର ଥାପା ଏବଂ ପର୍ଥଲା ସରପଞ୍ଚ ପୁରନ୍ଦରସେଠଙ୍କୁ ପ୍ରକଳ୍ପ ପ୍ରସ୍ତୁତିରେ ସହାୟତା ଯୋଗୁଁ ବିଶ୍ୱରଞ୍ଜନ ପଣ୍ଡା ଧନ୍ୟବାଦ ଦେଇଛନ୍ତି।