ଧାନ ବିକ୍ରୀରେ ଟୋକନ ସାଜିଛି ବାଧକ : କଂଗ୍ରେସ ତରଫରୁ ଆନ୍ଦୋଳନ ଚେତାବନୀ

ବରଗଡ଼, ଏନ୍ଏନ୍ଏସ୍: ଗତ ୯ ତାରିଖରୁ ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଧାନ କିଣାବିକାରେ ଟୋକନ ବାଧକ ସାଜିଛି। ଯେଉଁ ଚାଷୀମାନଙ୍କ ଧାନ ଅମଳ ହୋଇଯାଇଛି ତାକୁ ଏ ଯାଏଁ ଟୋକନ ମିଳି ପାରିନାହିଁ ।  ଏପରିସ୍ଥିତିରେ ଚାଷୀ ଧାନ ବିକ୍ରୀରେ ବିଶେଷ ଅସୁବିଧାର ସମ୍ମୁଖୀନ ହେଉଥିବା ସହଜିଲ୍ଲା

ରେ ଧାନ ଅଣ୍ଡରରେଟରେ ବିକ୍ରୀ ହେବାର ଆଶଙ୍କା ବୃଦ୍ଧି ପାଇଛି । ଯାହାକୁ ନେଇଜିଲ୍ଲା କଂଗ୍ରେସ ତରଫରୁ ଉଦବେଗ ପ୍ରକାଶ ପାଇବା ସହ ସମସ୍ୟାର ସମାଧାନ ନେଇ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବରଗଡ଼ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଭେଟି ଟୋକନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ଦାବି କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଧାନ ସଂଗ୍ରହ ନୀତିରେ ଟୋନକ ବ୍ୟବସ୍ଥା ଯୋଗୁଁ ଚାଷୀ ଠିକ ଭାବରେ ଧାନ ବିକ୍ରୀ କରିପାରୁ ନ ଥିବା ସ୍ମାରକପତ୍ରରେ ଦର୍ଶାଯାଇଛି । ସ୍ମାରକପତ୍ର ପ୍ରଦାନ ସମୟରେ ନିପନ ଦାଶ , ଯୁଗଳ ପ୍ରସାଦ ସିଂ, ପାଣ୍ଡବ କର୍ଣ୍ଣ , ବ୍ରହ୍ମା ମହାକୁଡ. ଦାଶରଥୀ ବେହେରା, ଦେବେନ୍ଦ୍ର ସ୍ୱାଇଁ ସମେତ ବହୁ କର୍ମକର୍ତ୍ତା ସାମିଲ ହୋଇଥିଲେ।