ଭାରତ ମହାସାଗରରେ ଚୀନ୍ ଯୁଦ୍ଧ ଜାହାଜ ଠାବ

ନୂଆଦିଲ୍ଲୀ: ଭାରତ ମହାସାଗରରେ ଚୀନ୍ ନୌସେନାର ୭ ଯୁଦ୍ଧ ଜାହାଜ ଠାବ ହୋଇଛି। ଭାରତୀୟ ନୌସେନା ଆମେରିକା ନିର୍ମିତ ପି-୮୧ ବୁଡ଼ାଜାହାଜ ବିଧ୍ୱଂସୀ ଗୁଇନ୍ଦା ବିମାନ ସହାୟତାରେ ଏହି ଯୁଦ୍ଧ ଜାହାଜଗୁଡ଼ିକୁ ଠାବ କରିଛି। ଚୀନ୍ ର ୨୭ ହଜାର ଟନ୍ ଓଜନ ବିଶିଷ୍ଟ ବିମାନବାହୀ ଯୁଦ୍ଧ ଜାହାଜ ଜିୟାନ-୩୨କୁ ଚଳିତ ମାସ ପ୍ରାରମ୍ଭରେ ଶ୍ରୀଲଙ୍କା ନିକଟବର୍ତ୍ତୀ ଭାରତ ମହାସାଗରରେ ଦେଖିବାକୁ ମିଳିଥିଲା। ପି-୮ଆଇ ମଧ୍ୟ ଯୁଦ୍ଧ ଜାହାଜ ଛଡ଼ା ଚୀନ୍ ର ଏକ ନୌକାକୁ ମଧ୍ୟ ଟ୍ରାକ୍ କରିଛି।

ଏହି ନୌକା ଚୀନ୍ର ଆଣ୍ଟି-ପାଇରାସି ଟାସ୍କଫୋର୍ସର ବୋଲି ଜଣାପଡ଼ିଛି। ଆଡେନ୍ ଉପସାଗରରେ ଚୀନ୍ ର ବାଣିଜ୍ୟିକ ଜାହାଜକୁ ସୋମାଲିଆ ଜଳଦସ୍ୟୁଙ୍କ ଠାରୁ ସୁରକ୍ଷା ଦେବାକୁ ଏହି ନୌକାକୁ ପଠାଯାଇଥିଲା। ଏହି ନୌକା ଯାତ୍ରା ଆରମ୍ଭ କରିବା ସମୟର ଫଟୋ ଉଠାଇଛି ପି-୮ଆଇ।

ଭାରତ ମହାସାଗରରେ ଚୀନ୍ ର ଏ ପ୍ରକାର ସାମରିକ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ। ଭାରତ ମହାସାଗରରେ ଚୀନ୍ ର ଯୁଦ୍ଧ ଜାହାଜ ଉପରେ ସତର୍କ ଦୃଷ୍ଟି ରଖାଯାଇଛି ବୋଲି ଭାରତୀୟ ନୌସେନାର ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ସୂତ୍ରରେ କୁହାଯାଇଛି, ଅର୍ଡେନ୍ ଉପସାଗରରେ ଆଣ୍ଟି-ପାଇରାସି ଡ୍ରିଲ୍ ଆଳରେ ଚୀନ୍ ନୌସେନାର ୬/୭ଟି ଯୁଦ୍ଧ ଜାହାଜ ଏହି ଅଞ୍ଚଳରେ ମୁତୟନ ହେଉଥିବା ଦେଖାଯାଇଛି।