‘ୱାର୍’ ଏ ବର୍ଷର ସବୁଠୁ ହିଟ୍ ଫିଲ୍ମ

ହ୍ରିତିକ୍ ରୋଶନ ଓ ଟାଇଗର୍ ଶ୍ରଫ୍ ଅଭିନୀତ ‘ୱାର୍’ ରିଲିଜ୍ର ୧୯ ଦିନରେ ୩୦୦ କୋଟି ଟଙ୍କା ରୋଜଗାର କରି ଏ ବର୍ଷର ସବୁଠୁ ହିଟ୍ ଫିଲ୍ମ ବିବେଚିତ ହୋଇଛି। ଧୂଆଁଧାର ପ୍ରଦର୍ଶନ କରି ‘ୱାର୍’ କେବଳ ବକ୍ସ ଅଫିସରେ ରେକର୍ଡ କରିନାହିଁ, ବରଂ ଇତିହାସ ରଚିଛି। ଫିଲ୍ମ ସମୀକ୍ଷକ ତରନ୍ ଆଦର୍ଶଙ୍କ ଟ୍ୱିଟ୍ ମୁତାବକ ‘ୱାର’ ଇଣ୍ଟରନ୍ୟାସନାଲ୍ ବକ୍ସ ଅଫିସରେ ମଧ୍ୟ ଖୁବ୍ ଭଲ ବ୍ୟବସାୟ କରିଛି। ବଡ଼କଥା ହେଉଛି ବିଦେଶୀ ସ୍ତରରେ ମଧ୍ୟ ‘ୱାର୍’ ୧୦୦କୋଟି କ୍ଳବରେ ସାମିଲ୍ ହେବାକୁ ଯାଉଛି, ଯାହା ଏକ ରେକର୍ଡ। ତରନଙ୍କ ଟ୍ୱିଟ୍ ଅନୁସାରେ ‘ୱାର୍’ ଏହାରି ମଧ୍ୟରେ ଇଣ୍ଟରନ୍ୟାସନାଲ୍ ବକ୍ସ ଅଫିସରେ ୯୧.୫୮ କୋଟି ଟଙ୍କା କଲେକ୍ସନ କରିସାରିଛି। ଖୁବ୍ ଶୀଘ୍ର ଏହା ୧୦୦ କୋଟି ଛୁଇଁବ।

ସୂଚନାଯୋଗ୍ୟ, ସଲମାନ ଖାନଙ୍କ ‘ସୁଲତାନ’ ଓ ‘ଟାଇଗର୍ ଜିନ୍ଦା ହୈ’ ପରେ ‘ୱାର୍’ ୟଶରାଜ ଫିଲ୍ମସ୍ ବ୍ୟାନରର ତୃତୀୟ ଫିଲ୍ମ, ଯାହା ୩୦୦ କୋଟି କ୍ଳବରେ ସାମିଲ ହୋଇଛି। ଫିଲ୍ମର କଣ୍ଟେଣ୍ଟ ଏବଂ କଳାକାରଙ୍କ ଅଭିନୟ ମଧ୍ୟ ଲୋକଙ୍କ ମନକୁ ପାଇଛି। ଟାଇଗର ଏବଂ ହ୍ରିତିକ୍ ଙ୍କ ଯୋଡ଼ିକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ। ଫିଲ୍ମରେ ଜବରଦସ୍ତ ଆକ୍ସନ ଦୃଶ୍ୟ ରହିଛି। ବାଇକ୍, କାର୍, ହେଲିକପ୍ଟର, ବରଫାବୃତ୍ତ ପାହାଡ଼ ଆଦିରେ ଆକ୍ସନ ଦେଖିବାକୁ ମିଳିଛି।