ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୨ମୃତ, ୩ ଗୁରୁତର ଜିଲ୍ଲାରାଜ୍ୟ By Nitidin Last updated Oct 25, 2019 Share ଆଳି,ବାଲେଶ୍ୱର,ଏନ୍ଏନ୍ଏସ୍: କେନ୍ଦ୍ରାପଡ଼ା ଓ ବାଲେଶ୍ୱର ଜିଲ୍ଲାରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ କନ୍ୟା ଥିବା ଜଣାଯାଇଛି। ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଗୁଣେଶ୍ୱରପୁର ଗ୍ରାମରେ ଜଣେ ୮୨ବର୍ଷୀୟ ବୃଦ୍ଧା କୈଳାସ ସାମଲ ଓ ତାଙ୍କ ସ୍ତ୍ରୀ ମାଳତୀ ସାମଲ ନିଜ ଘରେ ଶୋଇଥିବା ବେଳେ ଲଗାଣ ବର୍ଷାରେ ଘରର କାନ୍ଥ ଭୁଶୁଡ଼ି ତାଙ୍କ ଉପରେ ପଡ଼ିଥିଲା। ଏଥିରେ ଘଟଣାସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ମାଳତୀ ଗୁରୁତର ଆହତ ହୋଇଛନ୍ତି। ଶବ୍ଦ ଶୁଣି ସ୍ଥାନୀୟ ଲୋକମାନେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମାଳତୀଙ୍କୁ ଡାକ୍ତର ଖାନାକୁ ନେଇଥିଲେ। ଅନୁରୂପଭାବେ ବାଲେଶ୍ୱର ଜିଲ୍ଲା ରାଇବାଣିଆ ଥାନା ଅନ୍ତର୍ଗତ ଭଦୁଆ ଗ୍ରାମରେ ଏକ ପରିବାର ରାତିରେ ନିଜ ଘରେ ଶୋଇଥିବା ବେଳେ ଘରର କାନ୍ଥ ଭୁଶୁଡ଼ି ସେମାନଙ୍କୁ ଉପରେ ପଡ଼ିଥିଲା। ଏଥିରେ ଜଣେ ଲୋକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ୪ବର୍ଷୀୟ ଝିଅ ଗୁରୁତର ଆହତ ହୋଇଛନ୍ତି। ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ହାତୀଗଡ଼ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। Share