ଭୁପେନ ଭୋରା ହେଲେ ଆସାମ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ,ଏଜେନ୍ସି: ୨୦୨୨ରେ ପଞ୍ଜାବ ଓ ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ତେଣୁ ଦେଶର ବହୁ ପୁରାତନ ରାଜନୈତିକ ଦଳ କଂଗ୍ରେସ ବିଭିନ୍ନ ରାଜ୍ୟରେ ଦଳକୁ ମଜଭୁତ କରିବା ଆରମ୍ଭ କରିଛି। ଏହି ମଧ୍ୟରେ ଆଜି କଂଗ୍ରେସ ଭୁପେନ ଭୋରାଙ୍କୁ ଆସାମ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନିଯୁକ୍ତ କରିଛି। ରାଣା ଗୋସ୍ୱାମୀ, କମଲାଖ୍ୟା ଡେ ପୁରକାୟଷ୍ଠ ଓ ଜାକିର ହୁସେନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରିଛି।