ଭିସୁଟ ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ୍ ଥିଲା

ସମ୍ବଲପୁର: ବୁର୍ଲା ଭିସୁଟର କୌଣସି ଛାତ୍ର କରୋନାରେ ସଂକ୍ରମିତ ହୋଇନାହାନ୍ତି। ପରୀକ୍ଷା କରାଯାଇଥିବା କିଟ୍ ଖରାପ ଥିବା କାରଣରୁ ରିପୋର୍ଟ ପଜିଟିଭ ଆସିଥିଲା। ଏନେଇ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଭିସୁଟର ୨୫ ଜଣ ଛାତ୍ରଙ୍କ ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ପରେ ଉକ୍ତ ଛାତ୍ରଙ୍କ ଆରଟି-ପିସିଆର ଟେଷ୍ଟ କରାଯାଇଥିଲା ଯାହାର ରିପୋର୍ଟ ନେଗେଟିଭ ଆସିଛି।