ଏବେ ଭୋଟର କାର୍ଡ ମଧ୍ୟ ଡିଜିଟାଲ ହେବ, ଯେଉଁଠି ଥିଲେ ବି ଦେଇପାରିବେ ଭୋଟ

ନୂଆଦିଲ୍ଲୀ,ଏଜେନ୍ସି: ଏବେ ଆପଣଙ୍କୁ ନିଜ ବିଧାନସଭା କିମ୍ବା ଲୋକସଭା କ୍ଷେତ୍ରକୁ ଯାଇ ଭୋଟ ଦେବାକୁ ପଡ଼ିବ ନାହିଁ। ଏବେ ଆପଣଙ୍କ ଭୋଟର ଆଇଡି କାର୍ଡ ଡିଜିଟାଲ ହେବାକୁ ଯାଉଛି। ଫଳରେ ଆପଣ ଦେଶର କୌଣସି ସ୍ଥାନରେ ଥାଇ ମଧ୍ୟ ଭୋଟ ଦେଇପାରିବେ। ଏନେଇ ମୁଖ୍ୟ ନିର୍ବାଚନ କମିସନର ସୁନିଲ ଅରୋରା ସୂଚନା ଦେଇଛନ୍ତି।

ସେ କହିଛନ୍ତି କି ଭବିଷ୍ୟତ ପାଇଁ ନିର୍ବଚାନର କେତେକ ମହତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଉପରେ ନିର୍ବାଚନ କମିସନ କାମ କରୁଛି। ଏହି ପରିପ୍ରେକ୍ଷୀରେ ଆମେ ଆଇଆଇଟି ସଦସ୍ୟଙ୍କ ସହିତ ଅନ୍ୟ ସଂସ୍ଥାମାନଙ୍କ ସହ ମିଶି ରିମୋଟ ଭୋଟିଂ ପ୍ରୋଜେକ୍ଟରେ କାମ କରୁଛୁ। ଏଥିରେ ମର୍ଡନ ଟେକ୍ନିକର ବ୍ୟବହାର କରାଯାଇଛି, ଏବଂ ଏହାର ବ୍ୟବହାର ରିପୋର୍ଟ ମଧ୍ୟ ଖୁବ୍ ଭଲ ଆସିଛି।

ଭୋଟର କାର୍ଡ ଗୁଡ଼ିକୁ ମଧ୍ୟ ଡିଜିଟାଲାଇଜ କରାଯାଇଛି। ଏହି ଡିଜିଟାଲାଇଜ ଭୋଟର କାର୍ଡକୁ ଆଜି କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଶୁଭାରମ୍ଭ କରିବେ। ଏହି ଡିଜିଟାଲ ଭୋଟର କାର୍ଡକୁ ମୋବାଇଲ ଫୋନ୍ କିମ୍ବା ପର୍ସନାଲ କମ୍ପ୍ୟୁଟରରେ ଡାଉନଲୋଡ୍ କରାଯାଇପାରିବ। ଏହି ଭୋଟର କାର୍ଡରେ କୌଣସି ସଂଶୋଧନ କରିପାରିବେ ନାହିିଁ। ଏହାକୁ ଡିଜିଟାଲ ଲକରରେ ମଧ୍ୟ ରଖିପାରିବେ।

ଏହାକୁ ଡାଉନଲୋଡ୍ କରିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରି ଲଗଇନ କରନ୍ତୁ:-

https://voterportal.eci.gov.in/