ରାୟଗଡ଼ା ଗସ୍ତରେ ୫ ଟି ସଚିବ ଭିକେ ପାଣ୍ଡିୟାନ

ଟ୍ରମା କେୟାର ସେଟଂର ଏବଂ ଏଟେନର ରେଷ୍ଟ ସେଡ଼ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଧେଶ

ରାୟଗଡ଼ା , ଏନ୍ଏନ୍ଏସ୍ – ମୋ ସରକାର ଯୋଜନା ଲୋକାଭିମୁଖି କରିବା ସହ ତୃଣମୁଳ ସ୍ତରରେ ଯୋଜନାର କାର୍ଯ୍ୟକାରିତା ସମିକ୍ଷା କରିବାକୁ ରାୟଗଡ଼ା ଜିଲ୍ଲାରେ ୫ ଟି ସଚିବ ଭିକେ ପାଣ୍ଡିୟାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଚଂ ସ୍ତିତି ଅନୁଧ୍ୟନ କରିଛନ୍ତି । ଏହା ସହ ସ୍ୱାସ୍ଥ୍ୟସେବା ନେଇ ରୋଗି ଓ ସମ୍ପର୍କିୟଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି । ପାଣ୍ଡାୟାନଙ୍କ ସହ ସୁଖ୍ୟ ମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ଆର .ବାଲକ୍ରାଷ୍ଟାନ୍ , ଜାତିୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନର ପ୍ରକଳ୍ପନିର୍ଦ୍ଧେଶିକା ଶାଳିନି ପଣ୍ଡିତ ମଧ୍ୟ ଗ୍ରାଉଣ୍ଡ ଜିରୋକୁ ଯାଇ ରୋଗି ସେବାର ସ୍ଥିତି ସମିକ୍ଷା କରିଛନ୍ତି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗି ସେବା କିପରି ସମସ୍ତେ ଠିକ ଭାବେ ପାଇ ପାରିବେ ସେ ନେଇ ଜିଲ୍ଲା ପ୍ରଶାସନର ଅଧିକାରିଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ଶିଶୁ ବିଭାଗ ୱଡ଼କୁ ଯାଇ କାଶିପୁର ବ୍ଲକର ରାଜମଣି ନାୟକଙ୍କ ସହ ରୋଗିଙ୍କ ଚିକିତ୍ସା ବିଷୟରେ ପଚାରିବା ସହ ଔଷଧ ମାଗଣାରେ ଦିଆଯିବା ଏବଂ ରୋଗିଙ୍କୁ ଖାଇବାକୁ ଦେବା ନେଇ ପଶ୍ନ କରିଥିଲେ ।

ତେବେ ରାଜମଣି ବିନା ମୁଲ୍ୟରେ ଔଷଧ ମିଳୁଥିବା କହିଥିବା ବେଳେ ରୋଗିଙ୍କୁ ଦିଆଯାଉଛି କିନ୍ତୁ ରୋଗିଙ୍କୁ ଦେଖାସୁଣା କରିବା ପାଇଁ ଆସୁଥିବା ଏଟେଣ୍ଡରଙ୍କୁ କୈଣସି ଖାଦ୍ୟ ଦିଆଯାଉନ ଥିବା ବେଳେ ଏନେଇ ବ୍ୟବସ୍ଥା କରିବାକୁ ସେ ଅନୁରୋଧ କରିଛନ୍ତି । ପରେ ସେହି ୱାଡ଼ର ଦୁତି ନାୟକ ଏବଂ ଦୁର୍ଯ୍ୟଧନ ନାୟକଙ୍କୁ ମଧ୍ୟ ଚିକିତ୍ସା ସମନ୍ଧରେ ପଚାରି ବୁଝିଥିଲେ । ଏ ଅବସରରେ ରାୟଗଡ଼ା ଠାରେ ରୋଗିଙ୍କ ସମ୍ପର୍କିୟଙ୍କ ରହିବା ନେଇ ତୁରନ୍ତ ଏକ ଦ୍ୱିତାଲା କୋଠା ନିର୍ମାଣ କରିବା , କାଶିପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀଙ୍କ ଗୃହ ନିର୍ମାଣ ପାଇଁ ସେ ପୁର୍ତବିଭାଗ ନିର୍ବାହି ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଥିବା ବେଳେ ଜିଲ୍ଲା ହସପିଟାଲରେ ପ୍ରସ୍ଥାବିତ ଯ୍ୟମା କେୟାର ସେଟଂର କାମ ଆରମ୍ଭ କରିବାକୁ ମଧ୍ୟ ସେ ପୁର୍ତବିଭାଗ ନିର୍ବାହି ଯନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେଇଥିବା କହିଛନ୍ତି ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା । ସମିକ୍ଷା ସମୟରେ ଜିଲ୍ଲା ଚିକିତ୍ସାଳୟରେ ଡ଼ାକ୍ତର ଅଭାବ ପ୍ରଶଙ୍ଗରେ ଆଲୋଚନା ହୋଇଥିବା ବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଦରକାର ପଡ଼ିଲେ ପଡ଼ୋଶି ଆନ୍ଧ୍ରପ୍ରଦେଶରୁ ଡ଼ାକ୍ତଙ୍କୁ ଭଡ଼ା ସୁତ୍ରରେ ଆଣି ରୋଗି ଚିକିତ୍ସା କରିବା ପାଇଁ ସେ ନିର୍ଦ୍ଧେଶ ଦେଇଥିବା ଜିଲ୍ଲପାଳ ଗଣ ମାଧ୍ୟମକୁ ସୁଚନା ଦେଇଛନ୍ତି । ଏଠାରେ ସୁଚନା ଯୋଗ୍ୟ ମୁଖ୍ୟ ମନ୍ତ୍ରୀଙ୍କ ୫ ଟି ମନ୍ତ୍ରକୁ ଅଧିକ କ୍ରିୟାଶିଳ କରିବା ପାଇଁ ଗାନ୍ଧି ଜୟନ୍ତି ଠାରୁ ଆରମ୍ଭ ହୋଇଛି ମୋ ସରକାର କାର୍ଯ୍ୟକ୍ରମ । ଏହି ତିନି ସଚିବଙ୍କ ଗସ୍ତ ସମୟରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା , ଏସ୍ପି ଶ୍ରବଣ ବିବେକ ଏମ୍ , ସିଡ଼ିଏମଓ ଆର୍ତବନ୍ଧୁ ନାୟକ , ପୁର୍ତବିଭାଗ ନିର୍ବାହିଯନ୍ତ୍ରୀ ସିମାଦ୍ରୀ ନାୟକ ପ୍ରମୁଖ ଯୋଗ ଉପସ୍ଥିତଥିଲେ ।