ଟୁଇନସିଟିରେ ଭିଟାମିନ୍ ବାଣ୍ଟିବ କଂଗ୍ରେସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଟୁଇନସିଟିରେ ହୋମ୍ କ୍ୱାରେଣ୍ଟାଇନଙ୍କୁ କଂଗ୍ରେସ ଭିଟାମିନ୍ ଟ୍ୟାବଲେଟ ବାଣ୍ଟିବ। ମେ’ ୧୪ରୁ ୨୦ ପର୍ଯ୍ୟନ୍ତ ଭିଟାମିନ ଟାବଲେଟ ବଣ୍ଟାଯିବ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ, ମେ’ ୨୧ରୁ ଖାଦ୍ୟ, ଆମ୍ବୁଲାନ୍ସ ଓ ଅକ୍ସିଜେନ ସେବା ମଧ୍ୟ କଂଗ୍ରେସ ପ୍ରଦାନ କରିବ। ଏଥିପାଇଁ ୨ଟି ନମ୍ବର ୧୮୦୦୨୫୭୨୬୫, ୯୯୩୭୬୯୬୯ କଂଗ୍ରେସ ପକ୍ଷରୁ ଜାରି କରାଯାଇଛି।