ବିରୁଷ୍କାଙ୍କ ଫଟୋ ଭାଇରାଲ୍

କ୍ରିକେଟର୍ ବିରାଟ କୋହଲି ଓ ଅନୁଷ୍କା ଶର୍ମା (ବିରୁଷ୍କା)ଙ୍କ କିଛି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଆପଣ ଜାଣନ୍ତି, ୨୦୧୭ ଡିସେମ୍ବର ୧୧ରେ ଇଟାଲୀରେ ଦୁହିଁଙ୍କ ବିବାହ ହୋଇଥିଲା। ଏହା ପରଠୁ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ସତ୍ତେ୍ୱ ଦୁହେଁ ମଝିରେ ମଝିରେ ପରସ୍ପର ସହ କ୍ୱାଲିଟି ଟାଇମ୍ ବିତାଉଛନ୍ତି ଓ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ସେୟାର୍ କରିବାକୁ ଭୁଲୁ ନାହାନ୍ତି। ଉଭୟଙ୍କ ପ୍ରଶଂସକ ଏହି ଫଟୋ ସବୁକୁ ଖୁବ୍ ପସନ୍ଦ କରୁଛନ୍ତି, ସେୟାର୍ ଓ କମେଣ୍ଟ ବି କରୁଛନ୍ତି।

ନିକଟରେ ବିରାଟ ନିଜ ଟ୍ୱିଟର୍ ଏକାଉଣ୍ଟରେ ଅନୁଷ୍କାଙ୍କ ସହିତ ଗୋଟିଏ ଫଟୋ ସେୟାର୍ କରିଛନ୍ତି। ଏଥିରେ ଦୁହେଁ ଗୋଟିଏ ଆକର୍ଷଣୀୟ ଲୋକେସନ୍ରେ ଥିବା ଦେଖିବାକୁ ମିଳୁଛି। ଆପଣଙ୍କର ମନେଥିବ, କିଛି ଦିନ ତଳେ ବିରାଟ ଓ ଅନୁଷ୍କା ଛୁଟି କାଟିବାକୁ ଭୁଟାନ ଯାଇଥିଲେ ଓ ଫଟୋ ସେୟାର କରିଥିଲେ। ଏ ଫଟୋଟି ତା’ ଭିତରୁ ଗୋଟିଏ ବୋଲି ଅନୁମାନ କରାଯାଉଛି। ଏହା ସହିତ ବିରାଟ କ୍ୟାପ୍ସନ ଲେଖିଛନ୍ତି – ‘ଜିନ୍ଦଗି ସଫର୍ ମେ କଦମ୍ ବଢ଼ାତେ ହୁଏ ଔର୍ ସିର୍ଫ ପ୍ୟାର୍ କେ ଦମ୍ ପର…।