ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ଏନ୍‌ଏନ୍‌ଏସ୍‌:  ଆଜି ଉପନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତ୍ତୋଲ ର ଦଳୀୟ ପ୍ରାର୍ଥୀ ବିଜୟ ଶଙ୍କର ଦାସଙ୍କ ପାଇଁ ଭର୍ଚ୍ଚୁଆଲ୍ ରାଲି କରିବେ ।  ସେହିପରି ଆସନ୍ତାକାଲି ବାଲେଶ୍ବର ସଦର ଉପନିର୍ବାଚନ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ। ସହରାଞ୍ଚଳରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସବୁଠି ପ୍ରଚାରକୁ ଯୋରଦାର କରିଛି ବିଜେଡି । ସେହିିିପରି ୩୦ ତାରିଖରେ ତିର୍ତ୍ତୋଲ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବରୁ ଭର୍ଚ୍ଚୁଆଲ୍ ରାଲିରେ ତିର୍ତ୍ତୋଲ ଭୋଟରଙ୍କୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଂଗ୍ରେସର ଦଳୀୟ ନେତା ଓ କର୍ମୀ ମଧ୍ୟ ଜୋରସୋରରେ ପ୍ରଚାର ଚଳାଇଛନ୍ତି । ଉପନିର୍ବାଚନ ପାଇଁ ବାଲେଶ୍ବର ଠାରୁ ତିର୍ତ୍ତୋଲ ପ୍ରଚାରରେ କମ୍ପୁଛି ମଇଦାନ । ନଭେମ୍ବର ୩ରେ ଭୋଟ୍ ହେବ ।