ଇନଷ୍ଟାଗ୍ରାମରେ ୧୦୦ ମିଲିୟନ ଫଲୋଅର୍ସ ପାଇଥିବା ବିଶ୍ୱର ପ୍ରଥମ କ୍ରିକେଟର ସାଜିଲେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲୀଙ୍କ ଲୋକପ୍ରିୟତା କଥା କାହାକୁ ବି ଅଛପା ନାହିଁ। କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ କରିଥିବା ବିରାଟ ଏବେ ସୋସିଆଲ ମିଡିଆରେ ମଧ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ବିରାଟ ଇନଷ୍ଟାଗ୍ରାମରେ ୧୦୦ମିଲିୟନ ଫଲୋଅର୍ସଯୁକ୍ତ ବିଶ୍ୱର ପ୍ରଥମ କ୍ରିକେଟ ଖେଳାଳି ହୋଇପାରିଛନ୍ତି।

ବିରାଟଙ୍କ ଏହି ଉପଲବ୍ଧିରେ ତାଙ୍କୁ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍ (ଆଇସିସି) ମଧ୍ୟ ଶୁଭକାମନା ଜଣାଇଛି। ଆଇସିସି ଏକ ଫଟୋ ସେୟାର କରିଛି ଯେଉଁଥିରେ ବିରାଟଙ୍କ ବ୍ୟତୀତ ଦ ରୋକ, ଫୁଟବଲର କ୍ରିଷ୍ଟିଆନା ରୋନାଲଡୋ, ନେମାର ଓ ଲିୟୋନେଲ ମେସୀଙ୍କ ପରି ଖେଳାଳି ରହିଛନ୍ତି।

ସୂଚନାଯୋଗ୍ୟ, ବିରାଟ ଇନଷ୍ଟାଗ୍ରାମରେ ଖୁବ୍ ସକ୍ରିୟ ରୁହନ୍ତି। ଜିମ ଭିଡିଓ ସହ ବହୁ ଶାନଦାର ଭିଡିଓ ଅନେକ ସମୟରେ ପୋଷ୍ଟ କରିଥାନ୍ତି।