ପୁଣି ଭାଇରାଲ ହେଲା ଶ୍ରୀ ମନ୍ଦିର ବେଢ଼ା ଭିତର ଦୃଶ୍ୟ

ପୁରୀ,ଏନ୍ଏନ୍ଏସ୍: ପୁରୀ ଶ୍ରୀ ମନ୍ଦିର ବେଢ଼ାର ଦୃଶ୍ୟ ବର୍ତ୍ତମାନ ଟିକଟକରେ ଭାଇରାଲ ହୋଇଛି। ତେବେ ଏହି ଭିଡ଼ିଓକୁ ଜଣେ ଯୁବତୀ ନିଜ ଟିକଟକ ଆକାଉଣ୍ଟରୁ ସେୟାର କରିଥିବା ଜଣାଯାଇଛି।

ଏହି ଭିଡ଼ିଓରେ ଶ୍ରୀ ମନ୍ଦିର ବେଢ଼ା ଭିତରେ ଭୋଗ ମଣ୍ଡପର ଦୃଶ୍ୟ ରହିଛି। ଏହି ଭିଡିଓ ଭାଇରାଲ ନେଇ କୌଣସି ଅଭିଯୋଗ ହୋଇନଥିବା ଜଣାଯାଇଛି।