ଲକ ଡାଉନ ନିୟମକୁ ଉଲଙ୍ଘନ : ୬୯ ବାଇକ,୨କାରକୁ ଜବତ କଲା ପାଟଣା ପୋଲିସ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ଲକ ଡାଉନ ନିୟମ ଉଲଂଘନ କରିଥିବା ଅଭିଯୋଗରେ ୬୯ଟି ବାଇକ ଓ ୨ଟି କାର ଜବତ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ସାରାଦେଶରେ କରୋନା ଭୁତାଣୁ ସଂକ୍ରମଣରେ ଅଙ୍କୁଶ ଲଗାଇବାକୁ ସରକାର ଲକଡାଉନ କରିଥିବା ବେଳେ ସମ୍ପୃକ୍ତ ବ୍ୟକ୍ତିମାନେ ଏହାକୁ ଉଲଙ୍ଘନ କରି ବାଇକ ଓ କାର ଚଳାଇ ବୁଲୁଥିବାରୁ ପାଟଣା ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନାଙ୍କ ନେତୃତ୍ୱରେ ବିଭିନ୍ନ ଛକରେ ଚେକିଂ କରି ଗାଡି ଗୁଡିକୁ ଜବତ କାରାଯାଇଛି।