ୟୁଜିସି ପାଠ୍ୟକ୍ରମରେ ସାମିଲ ହେବ ସନ୍ଥକବି ଭୀମ ଭୋଇଙ୍କ ଜୀବନୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ଆଦର୍ଶ ବର୍ତ୍ତମାନ ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବାକୁ ଯାଉଛି। ଭୀମ ଭୋଇଙ୍କ ଉପରେ ଗବେଷଣା କରିବେ ଉଚ୍ଚତର ଫିଲୋସଫର। ତେଣୁ ଏହି ସମସ୍ତ ଦାୟିତ୍ୱ ୟୁଜିସିକୁ ଦିଆଯାଇଛି। ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ଯେ ସମାଜର ତଳ ସ୍ଥରରୁ ଆସିଥିବା ଏହି ମୌଳିକ ବିଚାରକଙ୍କ ଜୀବନୀ ଓ ଆଦର୍ଶର ଯେଉଁ ଭଳି ପ୍ରଚାର ପ୍ରସାର ହେବା କଥା ତାହା ହୋଇ ପାରିନି।

ତେଣୁ ଆଗକୁ ଭୀମ ଭୋଇଙ୍କ ଜୀବନୀ ଓ ଆଦର୍ଶ ଯେପରି ପାଠ୍ୟକ୍ରମରେ ସ୍ଥାନ ପାଇବ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ୍। ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ଧର୍ମେନ୍ଦ୍ର ସମ୍ବଲପୁର ରେଢାଖୋଲ ଗସ୍ତରେ ଆସି ସକାଳ ୭ଟାରେ ଭୀମଭୋଇ ଓ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏଠାରେ ମଧ୍ୟ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।