ହାତୀ ଉପଦ୍ରବ ପାଇଁ ରାସ୍ତାରୋକ କଲେ ଗ୍ରାମବାସୀ

ଢେଙ୍କାନାଳ,ଏନ୍ଏନ୍ଏସ୍: ଦିନକୁ ଦିନ ଢେଙ୍କାନାଳ ଜିଲ୍ଲାରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ବାରମ୍ବାର ବନ ବିଭାଗକୁ ଜଣାଉଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଆଜି ସ୍ଥାନୀୟ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏଥିସହିତ ୫୫ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିଦେଇଛନ୍ତି। ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ଓଡ଼ପଡ଼ା ବ୍ଲକ୍ ବାଙ୍ଗୁରସିଙ୍ଗ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଜଙ୍ଗଲୀ ହାତୀ ଉପଦ୍ରବ। ଏହି ହାତୀ ଗୁଡିକ ଜନବସତିକୁ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହ ଲୋକଙ୍କ ଘର ଭଙ୍ଗାରୁଜା କରୁଥିବାର ଅଭିଯୋଗ ହୋଇଛି। ବାରମ୍ବାର ବନ ବିଭାଗକୁ ଜଣାଉଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବାରୁ ଲୋକମାନେ ଆସି ରାଜରାସ୍ତାକୁ ଓହ୍ଲାଇ ରାସ୍ତା ଅବରୋଧ କରିଛନ୍ତି।