ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଥାନା ଘେରିଲେ ଗ୍ରାମବାସୀ

ନୟାଗଡ଼,ଏନ୍ଏନ୍ଏସ୍ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ମହୀପୁର ଠାରେ ଦଶହରା ଭସାଣିରେ କେନ୍ଦ୍ର କରି ହୋଇଥିବା ଆକ୍ରମଣରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ରବିବାର ଗ୍ରାମବାସୀ ଥାନା ଘେରାଉ କରିଛନ୍ତି। ଏ ନେଇ ନୂଆଗାଁ ଥାନା ସମ୍ମୁଖରେ ଶତାଧିକ ଗ୍ରାମବାସୀ ଥାନା ଘେରାଉ କରିବା ସହିତ ଧାରଣା ଦେଇଛନ୍ତି।

ଦୀର୍ଘ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଗ୍ରାମବାସୀ ଥାନା ଘେରାଉ କରିବା ପରେ ଘଟଣାସ୍ଥଳରେ ନୟାଗଡ଼ ଏସ୍ଡ଼ିପିଓ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ପରିସ୍ଥିତି ଶାନ୍ତ ହୋଇଥିଲା।