ବେଆଇନ ଗଛ କଟାକୁ ନେଇ ରେଞ୍ଜ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ପାଟଣା,ଏନ୍ଏନ୍ଏସ୍:କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖମୁଆଁ ଗ୍ରାମରେ ବେଆଇନ ଗଛ କଟା କୁ ନେଇ ପାଟଣା ରେଞ୍ଜ ଅଫିସ ଘେରିଛନ୍ତି ଖମୁଆଁ ଗ୍ରାମର ଶତାଧିକ ଗ୍ରାମବାସୀ। ଅଭିଯୋଗ ଅନୁଯାୟୀ ପାଟଣା ରେଞ୍ଜ ଅଧୀନ ଖମୁଆଁ ଗ୍ରାମରେ ଜଙ୍ଗଲ ଜମି ପଟ୍ଟା କରିବାକୁ ନେଇ ୧୦ରୁ ୧୫ ଏକର ଜାଗାରେ ବେଆଇନ ଭାବରେ ଗଛ କଟାଯାଇଛି। ଏନେଇ ପାଟଣା ରେଞ୍ଜର ଓ ଫରେଷ୍ଟରକୁ ଜଣାଇ ବା ସତ୍ତେ୍ୱ କୌଣସି ସୁଫଳ ନ ମିଳିବାରୁ ଆଜି ଖମୁଆଁ ଗ୍ରାମବାସୀ ରେଞ୍ଜ ଅଫିସ କାର୍ଯ୍ୟାଳୟକୁ ଘେରିଛନ୍ତି। ଖମୁଆଁ ଗ୍ରାମବାସୀ ଘେରାଉ କରିଛନ୍ତି। ଏ ସମ୍ପର୍କରେ ପାଟଣା ରେଞ୍ଜର ପବିତ୍ର ନାଏକଙ୍କ ମତାମତ ନେବାରୁ ସେ ଛୁଟିରେ ଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।