ପାନୀୟ ଜଳ ପାଇଁ ଡହଳ ବିକଳ ଗ୍ରାମବାସୀ

ମାଲକାନଗିରି,ଏନ୍ଏନ୍ଏସ୍: ଗ୍ରୀଷ୍ମ ଋତୁ ଆରମ୍ଭରୁ ମାଲକାନଗିରି ଜିଲ୍ଲାରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡ଼ୁମୁଲୁଗୁମ୍ମା ସଦର ମହକୁମାରେ ପାଣି ବୁନ୍ଦାଏ ପାଇବା ଲୋକଙ୍କ ପାଇଁ କଷ୍ଟକର ହୋଇପଡ଼ିଛି।ଏହି ପଞ୍ଚାୟତରେ ୨ଟି ମେଗା ଜଳ ଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ରକ୍ଷଣାବେକ୍ଷଣ ଅଭାବରୁ ପ୍ରାୟ ୧୨ ଦିନ ହେଲାଣି ପ୍ରକଳ୍ପଟି ଅଚଳ ହୋଇପଡ଼ିଛି। ତେବେ ଆଜି ପର୍ଯ୍ୟନ୍ତ ପ୍ରକଳ୍ପର ମରାମତି ନେଇ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଲୋକେ ପାଣି ବୁନ୍ଦାଏ ପାଇଁ ଡହଳ ବିକଳ ହେଉଥିବା ଦେଖାଯାଇଛି। ଏହି ଅଞ୍ଚଳରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବା ବେଳେ ଲୋକେ ପାନୀୟ ଜଳ ପାଇଁ ଦୂରକୁ ଯିବାକୁ ପଡ଼ୁଥିବା ଅଭିଯୋଗ କରିଛନ୍ତି। ଗ୍ରାମର ନଳକୂପରେ ପାନୀୟ ଜଳ ପାଇଁ ସେମାନଙ୍କୁ ବହୁ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ଯାହାକି ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ହୋଇଛି। ତେବେ ପ୍ରକଳ୍ପର ମୋଟର ପୋଡ଼ିଯାଇଥିବାରୁ ମରାମତିରେ ବିଳମ୍ବ ହେଉଥିବା ଜଣାପଡ଼ିଛି। ବର୍ତ୍ତମାନ ମୋଟର ଆସି ଯାଇଥିବାବେଳେ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ମରାମତି କାର୍ଯ୍ୟରେ ଲାଗିଥିବା ଗ୍ରାମ୍ୟ ଜଳ ଓ ପରିମଳ ମିଶନର ନିର୍ବାହୀ ଯନ୍ତ୍ରୀ ଇଂ.ବସନ୍ତ କୁମାର ରାଉତ ପ୍ରକାଶ କରିଛନ୍ତ।