ପାଟଣାଗଡ,ଏନ୍ଏନ୍ଏସ୍: ପାଟଣାଗଡ଼ ବନାଞ୍ଚଳ ରେଞ୍ଜ ଲରମ୍ଭା ସର୍କଲର ବାନ୍ଦେନମାଲ ଗ୍ରାମରେ ବନକର୍ମଚାରୀଙ୍କୁ ଦୀର୍ଘ ୮ ଘଣ୍ଟା ଧରି ଗ୍ରାମବାସୀ ମାନେ ବର୍ତ୍ତମାନ ସୁଦ୍ଧା ଅଟକ ରଖିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ ଲରମ୍ଭା ସର୍କଲର ବାନ୍ଧେନମାଲ ଓ ଖୁଲାଗଡ଼ ଗ୍ରାମରେ ବନବିଭାଗ ତରଫରୁ ମାହାତ୍ମାଗାନ୍ଧୀ କର୍ମ ନିଶ୍ଚିତ ଯୋଜନା(ଏନ୍ଆର୍ଇଜିଏସ୍)ରେ କାମ ହୋଇଥିଲା। ହେଲେ ଉକ୍ତ କାମରେ ନିଯୁକ୍ତ ଥିବା ଶ୍ରମିକ ମାନେ ତାଙ୍କର ପାରିଶ୍ରମିକ ଟଙ୍କା ପାଇନଥିଲେ।
ସେମାନେ ଏନେଇ ବାରମ୍ବାର ଦାୟିତ୍ୱରେ ଥିବା ବନକର୍ମଚାରୀଙ୍କୁ ପାଉଣା ପାଇଁ ଅଭିଯୋଗ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ମିଳିନଥିଲା। କାମ କରିବାର ପାରିଶ୍ରମିକ ଟଙ୍କା ଦୀର୍ଘ ୮ ମାସରୁ ଅଧିକ ଦିନ ବିତିଯାଇଥିବା ବେଳେ ପାରିଶ୍ରମିକ ନପାଇବାରୁ ଆଜି ଶ୍ରମିକମାନେ ପାଟଣାଗଡ଼ ରେଞ୍ଜର ସମେତ ୪ ଜଣ ବନକର୍ମଚାରୀଙ୍କୁ ଦିନ ୨ଟା ରାତ୍ରି ୮ ଘଣ୍ଟା ପର୍ଯ୍ୟନ୍ତ ଅଟକ ରଖିଥିବା ଜଣାପଡ଼ିଛି। ତାଙ୍କ ପାଉଣା ଦାବିରେ ଅଡ଼ି ବସିଥିବାରୁ କୌଣସି ପ୍ରକାର ସମାଧାନ ପାରି ନାହିଁ।