ଲୁଟ ଉଦ୍ୟମ ବେଳେ ଧରାପଡି ୨ ଯୁବକଙ୍କୁ ମାଡ 

ବାଲେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅର୍ନ୍ତଗତ ୬୦ନମ୍ବର ଜାତୀୟ ରାଜପଥ ନିକଟ ଜମାଳପୁର ବାଇପାସ ନିକଟରେ ଜଣେ ଯୁବ ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତମାନେ ଆକ୍ରମଣ କରିଛନ୍ତି। ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅର୍ନ୍ତଗତ ରାୟରାମଚନ୍ଦ୍ରପୁର ଗ୍ରାମର ବ୍ୟବସାୟୀ ଅଭିମନ୍ୟୁ ସାହୁ ଘରକୁ ଫେରୁଥିଲେ। ତାଙ୍କ ପାଖରେ ଟଙ୍କା ଥିବା ସନ୍ଦେହ କରି ଦୁର୍ବୃତ୍ତମାନେ ଜମାଳପୁର ବାଇପାସ ନିକଟରେ ପଛପଟୁ ମାରଣାସ୍ତ୍ର ଆକ୍ରମଣ କରିଥିଲେ।

ମାତ୍ର ଅଭିମନ୍ୟୁ ଦୁଇ ଜଣ ଦୁର୍ବୃତ୍ତଙ୍କୁ ଧାନବିଲକୁ ଠେଲି ଦେବାରୁ ଦୁର୍ବୃତ୍ତମାନେ ଗାଡିରୁ ପଡ଼ିଯାଇ ଦୌଡି ପଳାଇ ଯାଇଥିଲେ। ଫଳରେ ବିଲରେ କାମ କରୁଥିବା ଲୋକେ ଏହା ଦେଖି ଚୋରମାନଙ୍କୁ ଗୋଡେଇ ଗୋଡେଇ କାବୁ କରିବା ସହ ମାଡ ମାରିଥିଲେ। ପରେ ପୁଲିସକୁ ଜିମା ଦେଇଥିଲେ।

ତେବେ ପୁଲିସ ହେପାଜତରେ ଥିବା ଦୁଇ ଜଣ ଯୁବକ ହେଉଛନ୍ତି କୁମାର ଦାସ ଏବଂ ୟାଶୁ ଦାସ। ପରେ ଗୁରୁତର ଅଭିମନ୍ୟୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।