ପୂଜା ନାମରେ ମହିଳାଙ୍କୁ ଅସଦାଚରଣ : ଭଣ୍ଡବାବାଙ୍କୁ ନିସ୍ତୁକ ମାଡ

ବାସୁଦେବପୁର,ଏନ୍ଏନ୍ଏସ୍: ଜଗନ୍ନାଥଙ୍କୁ ନେଇ ଓଡିଶା ଗର୍ବ କରୁଥିବାବେଳେ ଧାର୍ମିକ ଭାବନାକୁ ନେଇ ସାଧାରଣ ଜନତାଙ୍କ ଭାବନା ସହ ଖେଳ। କେତେ ବାବା ଆସିଛନ୍ତି ପୁଣି କାଳଚକ୍ରରେ ଧରାପଡି ନିଜ ନିଜର କର୍ମାନୁସାରେ କର୍ମଫଳ ଭୋଗିଛନ୍ତି। ଏପରି ଏକ ଘଟଣାକୁ ନେଇ ଧାର୍ମିକ ଭାବନାକୁ ସାଧାରଣ ଜନତାଙ୍କୁ ଠକିଥିବା ବାବାଙ୍କୁ ନିର୍ଧୁମ ଛେଚିଲେ ଗ୍ରାମବାସୀ। ବିବାହର ୧୧ବର୍ଷ ହେଲା କୈାଣସି ସନ୍ତାନସନ୍ତତି ହୋଇନଥିବା କାରଣରୁ ପରିବାର ପକ୍ଷରୁ ବାରମ୍ବାର ଶାରିରୀକ ଓ ମାନସିକ ଯନ୍ତଣା ଦେଇଆସୁଥିଲେ।

ସାତ କଳସ ଆଠ ଦ୍ୱୀପକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଛନ୍ଦି ହୋଇଥିବା ଅସହାୟ କୂଳବଧୁ ସଂସାର ବାନ୍ଧିବା ଆଶାରେ ପରିବାରର ସହମତିରେ ଗୁଣିଗାରେଡିର ସହାୟତା ନେଇ ଥିଲା। ବାବାଙ୍କ ପରାମର୍ଶକ୍ରମେ ଚାଲିଥିଲା ପୂଜାର୍ଚ୍ଚନା। ପୂଜାର୍ଚ୍ଚନା ଆଳରେ ବାବା ଯୌନଶୋଷଣ କରିଥିବାକୁ ନେଇ ହଇଚଇ ସୃଷ୍ଟି ହେବା ପରେ ଗ୍ରାମବାସୀ ନିର୍ଧୁମ ଛେଚିବା ପରେ ନିକଟସ୍ଥ ଥାନାଧିକାରିଣୀ ଖବରପାଇ ଘଟଣାସ୍ଥଳରେ ପହଂଚି ଭଣ୍ଡବାବାକୁ ଉଦ୍ଧାର କରି ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ।

ମିଳିଥିବା ଘଟଣାନୁଯାୟୀ, ଚୂଡାମଣୀ ରାଧାନାଥପୁରଆଡିଆ ଗ୍ରାମର ଘରର ବୋହୁକୁ ଭଣ୍ଡବାବା ବହୁମାଘେରୀ ଗ୍ରାମର ଗୈାରହରି ତଳା ଉପରି କରିଥିବା ଅଭିଯୋଗରୁ ଜଣାଯାଇଛି। ପୋଲିସ ଘଟଣାକୁ ନେଇ ଭଣ୍ଡବାବାକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି।