ପାଟଣାଗଡ଼,ଏନ୍ଏନ୍ଏସ୍: ପାଟଣାଗଡ଼-ଖପ୍ରାଖୋଲ ରାସ୍ତାର ଧଣ୍ଡାମୁଣ୍ଡା ଛକରେ ପ୍ରଧାନଶିକ୍ଷୟତ୍ରୀଙ୍କ ବଦଳି ଦାବୀରେ ଛାତ୍ରଛାତ୍ରୀମାନେ ରାସ୍ତାରୋକ କରି ଧାରଣାରେ ବସିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଯାନବାହାନ ଅଟକି ରହିବା ଯୋଗୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଖବର ପାଇ ପାଟଣାଗଡ଼ ପୁଲିସ ପହଞ୍ଚି ଆଲୋଚନା କରିଥିଲେ ମଧ୍ୟ ଆନ୍ଦୋଳନକାରୀଙ୍କ ଜିଦ ଯୋଗୁ କୌଣସି ସମାଧାନ ହୋଇପାରି ନଥିଲା । ବେଲପଡ଼ା ତହସିଲଦାର ଓ ଏବିଓ ଘଟଣାସ୍ଥଳେର ପହଞ୍ଚି ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା ।
ଅଭିଭାବକଙ୍କ ଅଭିଯାଗ ଅନୁସାରେ, ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିଲେ ମଧ୍ୟ ୨ଜଣ ଶିକ୍ଷୟତ୍ରୀ ଅଛନ୍ତି କିନ୍ତୁ ସେମାନେ ନିୟମିତ ସ୍କୁଲ ନଆସି ସପ୍ତାହରେ ଥରେ ଆସୁଛନ୍ତି । ଅନ୍ୟପଟେ ପ୍ରଧାନଶିକ୍ଷୟତ୍ରୀଙ୍କ ମନମୁଖୀ କାରବାର ସହ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି । ଉକ୍ତ ପ୍ରଧାନଶିକ୍ଷୟତ୍ରୀଙ୍କୁ ଅନ୍ୟତ୍ର ବଦଳି ପାଇଁ ବାରମ୍ବାର ଦାବୀ କରିଥିଲେ ମଧ୍ୟ କୌଣସି ପଦେକ୍ଷପ ନିଆଯାଉ ନଥିବା ଅଭିଯୋଗ ହୋଇଛି ।