ଗ୍ରାମାଞ୍ଚଳ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବ ଏନସିଇଆରଟି

ଖୁବ ଶୀଘ୍ର ରାଜ୍ୟରେ ଏନସିଇଆରଟି ପକ୍ଷରୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଲକ୍ଷ୍ୟ ରଖିଛି। ପାଇଲଟ ପ୍ରକଳ୍ପ ଭାବେ ପ୍ରଥମ ପର୍ୟ୍ୟାୟରେ ଭୁବନେଶ୍ୱର ଉପକଣ୍ଠରେ ଥିବା କିଛି ସ୍କୁଲକୁ ପୋଷ୍ୟ ଭାବେ ନେଇ ସେସବୁର ବିକାଶ କରିବାକୁ ଯୋଜନା ରଖିଛି ବୋଲି ଜଣାପଡିଛି। ତେବେ ଏହି କାର୍ଯ୍ୟରେ ରାଜଧାନୀରେ ଥିବା ରିଜିଓନାଲ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ(ଆରଆଇଇ) ସହାୟତା ଯୋଗାଇବା। ଏହାର ଶିକ୍ଷକମାନେ ପୋଷ୍ୟ ଗ୍ରହଣ ହୋଇଥିବା ସ୍କୁଲକୁ ଯାଇ ପିଲାଙ୍କୁ ପଢ଼ାଇବେ। ପ୍ରାଥମିକ, ଉଚ୍ଚପ୍ରଥମିକ, ମାଧ୍ୟମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ଦେବେ। ଫଳରେ ଗରିବ ମେଧାବୀ ବହୁ ଉପକୃତ ହୋଇପାରିବେ। ଶିକ୍ଷାଦାନ ବ୍ୟବସ୍ତାରେ ବିକାଶ ସହ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ। ପୂର୍ବରୁ ଏପରି ଯୋଜନା ଆଜମେର, ଭୋପାଳ ଏବଂ ମୟଶୂରରେ ଆରମ୍ଭ ହୋଇସାରିଛି।