ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି

ବଲାଙ୍ଗିର,ଏନ୍ଏନ୍ଏସ୍: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି। ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲ ବରିଷ୍ଠ କିରାଣି ଅସିତ ଯୋଶୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଜମିପଟ୍ଟା କରାଇଦେବାକୁ ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ଖବର ଅନୁଯାୟୀ, ମୁରିବାହାଲ୍ ତହସିଲର ବରିଷ୍ଠ କିରାଣି ଅସିତ୍ ଯୋଶୀ ସହାଜପାଣି ଗାଁର ଥବିର ସାହୁଙ୍କଠାରୁ ଲାଞ୍ଚ ନେଉଥିଲେ। ଜମିପଟା କରାଇଦେବାକୁ ୨୮ଶହଟଙ୍କା ଲାଞ୍ଚି ନେଉଥିବାବେଳେ ଧରିଛି ଭିଜିଲାନ୍ସ। ସେହିପରି ବଲାଙ୍ଗିର ଓ ବରଗଡ଼ରେ ମଧ୍ୟ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ଜାରି ରହିଛି।