ଯୋଜନାବଦ୍ଧ ଭାବେ ମୋତେ ଫସାଇ ଦିଆଯାଇଛି: ବିଜୟ କେତନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଲାଞ୍ଚ ନେବା ଘଟଣାରେ ନିଲମ୍ବିତ ହୋଇଥିବା ଆଇଏସ୍ ଅଫିସର ବିଜୟ କେତନ ଉପାଧ୍ୟାୟ ଗଣମାଧ୍ୟମକୁ ବିସ୍ଫୋରକ ବୟାନ ଦେଇଛନ୍ତି। ଆଜି ତାଙ୍କୁ କୋର୍ଟରେ ହାଜର ସମୟରେ ସେ ଏଭଳି କଥା କହିଛନ୍ତି। ସେ କହିଛନ୍ତି ଯେ ମୋତେ ଫସାଇଦିଆଯାଇଛି। ମୋତେ ଫସାଇବା ପଛରେ ଅଫିସ୍ ଷ୍ଟାଫ୍ ଯୋଜନାବଦ୍ଧ ଭାବେ ଫସାଇଛନ୍ତି। କିଛି ବରିଷ୍ଠ ଅଧିକାରୀଙ୍କ ଏଥିରେ ହାତ ରହିଛି। ମୁଁ ଟଙ୍କା ନେଇନାହିଁ ବୋଲି ବିଜୟ ଗଣମାଧ୍ୟମକୁ କହିଛନ୍ତି।

ତେବେ ତାଙ୍କ ଫସାଇଥିବା ଅଧିକାରୀମାନେ କିଏ ଓ କାହିଁକି, ସେ ନେଇ କିଛି ପ୍ରତିକ୍ରିୟା ରଖିନାହାନ୍ତି। ପ୍ରକାଶଥାଉକି, ୨୦୦୯ ବ୍ୟାଚର ଆଇଏସ୍ ଅଫିସର ତଥା ରାଜ୍ୟ କୃଷି ଉଦ୍ୟାନ ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟ ଭିଜିଲାନ୍ସ ଦ୍ୱାରା ଗତକାଲି(ସୋମବାର) ଗିରଫ ହୋଇଥିଲେ। ବିଲ ପାସ୍ କରାଇଦେବାକୁ ୧ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କ ଗିରଫ କରାଯାଇଥିଲା। ପରେ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେବା ସହିତ ଆଜିଠୁ ରିମାଣ୍ଡରେ ନେବା ପାଇଁ କହିଛନ୍ତି।