ବିଭିନ୍ନ ସ୍ଥାନରେ ବିଜୟ ଦିବସ ପାଳିତ, ସେନାଙ୍କୁ ମନେ ପକାଇ ପ୍ରଶଂସା କଲେ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ୧୯୭୧ ମସିହା ଡିସେମ୍ବର ୧୬ତାରିଖରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧରେ ଭାରତକୁ ବିଜୟୀ କରିଥିବା ସେନାଙ୍କୁ ମନେପକାଇ ସୋମବାର ବିଭିନ୍ନ ସ୍ଥାନରେ ବିଜୟ ଦିବସ ପାଳନ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କୁ ପ୍ରଶଂସା କରିବା ସହ ଭାରତୀୟ ସେନାମାନେ ଯେଉଁ ଇତିହାସ ରଚିଛନ୍ତି ତାହା ସ୍ୱର୍ଣ୍ଣ ଅକ୍ଷରରେ ବର୍ଣ୍ଣିତ ହୋଇରହିବ।

୧୯୭୧ ମସିହାରେ ଆଜିର ଦିନରେ ହୋଇଥିବା ଯୁଦ୍ଧରେ ପାକିସ୍ତାନର ୯୦ ହଜାର ସୈନିକ ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ କରିଥିଲେ। ପରେ ସେହି ଯୁଦ୍ଧର ଅନ୍ତ ଘଟିଥିଲା।
ମୋଦୀ ଟୁଇଟ୍ କରି ଲେଖିଛନ୍ତି ଯେ, ବିଜୟ ଦିବସ ଅବସରରେ ଭାରତୀୟ ସୈନିକଙ୍କ ସାହସ, ବୀରତ୍ୱ ଓ ପରାକ୍ରମକୁ ମୁଁ ମୁଣ୍ଡ ନୁଆଁଇ ସମ୍ମାନ ଜଣାଉଛି। ଆଜିର ଦିନରେ ଆମ ସେନାମାନେ ଯେଉଁ ଇତିହାସ ରଚିଛନ୍ତି, ତାହା ସର୍ବଦା ସ୍ୱର୍ଣ୍ଣ ଅକ୍ଷରରେ ବର୍ଣ୍ଣିତ ହୋଇ ରହିବ ବୋଲି କହିଛନ୍ତି।