ଭିଜିଲାନ୍ସ ଜାଲରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ନିର୍ବାହୀଯନ୍ତ୍ରୀ

ନୟାଗଡ଼,ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତ୍ତି ଥିବା ମାମଲାରେ ବୁଧବାର କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଏହି ପରିପ୍ରେକ୍ଷୀରେ ଭିଜିଲାନ୍ସ ପକ୍ଷରୁ ଏକା ସାଙ୍ଗରେ ୮ଟି ସ୍ଥାନରେ ଚଢ଼ଉ କରାଯାଇଛି। ନୟାଗଡ଼ ଏମ୍ଆଇ କାର୍ଯ୍ୟାଳୟ, ସରକାରୀ କ୍ୱାର୍ଟର୍ସ, ଭୁବନେଶ୍ୱର, ପୁରୀ ଓସୁନ୍ଦରପଦା ଆଦି ବିଭିନ୍ନ ସ୍ଥାନରେ ଚଢ଼ଉ ହୋଇଛି। କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଣକ ହେଲେ ବିନୟ କୁମାର ସୁବୁଦ୍ଧି । ସୂଚନା ଅନୁଯାୟୀ ଶ୍ରୀ ସୁବୁଦ୍ଧି ନୟାଗଡ଼ରେ ବହୁଦିନ ଧରି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ତେବେ ତାଙ୍କ ନାମରେଆୟବହିର୍ଭୂତ ସମ୍ପତ୍ତି ଥିବା ଅଭିଯୋଗରେ ବୁଧବାର ଭିଜିଲାନ୍ସ ତାଙ୍କର ବିଭିନ୍ନ ଘର ଉପରେ ଚଢ଼ଉ କରି ବିଭିନ୍ନ ନଥିପତ୍ର ସହସମ୍ପତ୍ତିର ତନଖି କରୁଥିବା ଜଣାଯାଇଛି।