ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସର ଚଢ଼ଉ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଭିଜିଲାନ୍ସ ପକ୍ଷରୁ ବରଗଡ଼ ଅବକାରୀ ଅଧୀକ୍ଷକଙ୍କ ମକରଧ୍ୱଜ ବର୍ଗୀଙ୍କ ଘରେ ଚଢ଼ଉ କରାଯାଇଛି। ଏଥିସହିତ ମକରଧ୍ୱଜଙ୍କ ବଲାଙ୍ଗିର, ସୋନପୁର, ସମ୍ବଲପୁର ଓ ବୁର୍ଲା ସ୍ଥିତ ଘରେ ଚଢ଼ଉ ଜାରି ରହିଛି।

ବର୍ତ୍ତମାନ ସୁଦ୍ଧା ଅବକାରୀ ଅଧୀକ୍ଷକଙ୍କ ସମ୍ପତ୍ତି ଆକଳନ ହୋଇ ନଥିବା ବେଳେ ଏହା କୋଟିଏ ଟଙ୍କାରୁ ଅଧିକ ହେବାର ଅନୁମାନ କରାଯାଉଛି।