ଆୟବର୍ହିଭୁତ ଠୁଳ ଅଭିଯୋଗରେ କୋଟିପତି ଦିଦି ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ୟୁନିଟ ୬ ସିଟି ସ୍କୁଲର ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଗୁରୁବାର ଭିଜିଲାନ୍ସ ଚଢ଼ଉ କରି କୋଟିପତି ଶିକ୍ଷୟିତ୍ରୀ ଗିରଫ କରାଯାଇଛି।  ଶିକ୍ଷୟିତ୍ରୀଙ୍କ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଆଜି ଏହି ଚଢ଼ଉ କରାଯାଇଛି। ତାଙ୍କ ଠାରୁ ୧.୮୭ କୋଟି ଟଙ୍କା ଭିଜିଲାନ୍ସ ଜବତ କରିଛି। ଏହି ପରିପ୍ରେକ୍ଷୀର ଭୁବନେଶ୍ୱରର ୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ତିଳୋତ୍ତମାଙ୍କ ୯ଟି ପ୍ଲଟ, ୨ଟି ଘର ସହ କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ମିଳିଥିବାବେଳେ ଭିଜିଲାନ୍ସ ଚଢ଼ଉ ଜାରି ରଖିଛି। ଏଥିସହ ତାଙ୍କର ଅନେକ ବ୍ୟାଙ୍କରେ ଏକାଉଣ୍ଟ ଥିବା ଜଣାଯାଇଛି।