ବିଡିଏ ସେକ୍ସନ ଅଧିକାରୀଙ୍କ ଘରେ ଭିଜିଲାନ୍ସର ରେଡ୍

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଜଣେ ବିଡ଼ିଏ ସେକ୍ସନ ଅଧିକାରୀଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ଉ କରିଥିବା ଜଣାଯାଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ଉ ହୋଇଛି। ବିଡିଏ ସେକ୍ସନ ଅଧିକାରୀ ବିଭୂତି ଭୂଷଣ ରାୟଙ୍କ ଘର ସହ ମୋଟ ୫ଟି ସ୍ଥାନରେ ଏହି ଚଢ଼ଉ ଜାରି ରହିଛି। ଭୁବନେଶ୍ୱର ଜିଜିପି କଲୋନୀ, ଝାରପଡ଼ା ଓ ତାଙ୍କ କାର୍ୟ୍ୟାଳୟ, ଜଗତସିଂହପୁରରେ ଥିବା ପୈତୃକ ଘରେ ଭିଜିଲାନ୍ସ ଟିମ ଚଢ଼ଉ କରୁଛି।