ଭିଜିଲାନ୍ସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏକା ସାଙ୍ଗରେ ୩ଟି ସ୍ଥାନରେ ଭିଜିଲାନ୍ସର ଚଢ଼ଉ

ପାଟଣାଗଡ଼,ଏନ୍ଏନ୍ଏସ୍: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ୩ଟି ସ୍ଥାନରେ ଚଢ଼ଉ। ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ବିଶମ୍ବର ଭୋଇଙ୍କ ମୁରିବାହାଲ ବ୍ଲକ ଚଲକୀରେ ଥିବା ସରକାରୀ କାର୍ଯ୍ୟାଳୟ, ପାଟଣାଗଡ ସ୍ଥିତ ଗଙ୍ଗାନଗର ପଡ଼ା ଓ ନିଜ ବାସଭବନ ତମିଆଁରେ ଭିଜିଲାନ୍ସ ଚଢ଼ଉ କରିଛି। ଶ୍ରୀ ଭୋଇ ମୁରିବାହାଲ ବ୍ଲକ ଚଲକୀ ଗ୍ରାମ ପଞ୍ଚାୟତରେ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ। ଏହି ଚଢ଼ଉ ସମୟରେ ବଲାଙ୍ଗିର ଇନ୍ସପେକ୍ଟର ସୁନୀତା ବାଗେଙ୍କ ନେତୃତ୍ୱରେ ସମ୍ବଲପୁର, ବରଗଡ଼, ସୋନପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ଚଢ଼ଉରେ ସାମିଲ ହୋଇଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ କିଛି ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ସହ ନଗତ ୪୪ ହଜାର ୮୦୦ ଟଙ୍କା ଓ କିଛି ସୁନା ଗହଣା ଜବତ କରିଥିବା ଜଣାଯାଇଛି।