ଭିଜିଲାନ୍ସ ଜାଲରେ ସବ ଇନସପେକ୍ଟର

  • ଧର୍ମଗଡ଼: ଭିଜିଲାନ୍ସ ଜାଲରେ ପୁଲିସ ସବ୍ ଇନ୍ସପେକ୍ଟର। ଭିଜିଲାନ୍ସ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଜବତ କରିବା ସହିତ ଘନଘନ ଜେରା କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ତାଙ୍କଠାରୁ କେତେ ସମ୍ପତ୍ତି ଠାବ ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ। ଏବେ ସୁଦ୍ଧା ଚଢ଼ଉ ଜାରି ରହିଛି।
    କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନାର ସବ୍ ଇନସପେକ୍ଟର ହେଉଛନ୍ତି ଉଗ୍ରସେନ ପଟେଲ। ସେ ଆଜି ଏକ ଚା’ ଦୋକାନରେ ବସି ଚା’ ପିଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ତାଙ୍କ ବାଇକ୍ ଡିକିରୁ ୨ ଲକ୍ଷ ଟଙ୍କା ଜବତ କରିଥିଲା। ଜବତ ଟଙ୍କା କେଉଁଠୁ ଆଣିଲ ବୋଲି ଭିଜିଲାନ୍ସ ଟିମ୍ର ସଦସ୍ୟମାନେ ପଚାରିଥିଲେ? ମାତ୍ର ସବ୍ ଇନସପେକ୍ଟ ଶ୍ରୀ ପଟେଲ୍ ତାହାର ସଠିକ୍ ଉତ୍ତର ଦେଇପାରିନଥିଲେ। ପରେ ତାଙ୍କୁ ଗୋଲାମୁଣ୍ଡା ଥାନାକୁ ନେଇଯାଇଥିଲେ। ସେଠାରେ ଭିଜିଲାନ୍ସ ଟିମ୍ ତାଙ୍କୁ ପ୍ରାୟ ୧ ଘଣ୍ଟା ଧରି ପଚରାଉଚରା କରିଥିଲେ। ମାତ୍ର ସେ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।
    ଶ୍ରୀ ପଟେଲ୍ଙ୍କୁ ଭିଜିଲାନ୍ସ ଟିମ୍ ଭବାନୀପାଟଣା ଭିଜିଲାନ୍ସ ଅଫିସ୍କୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଘନଘନ ଜେରା କରାଯାଉଥିବା ଜଣାପଡ଼ିଛି। ଏଥିସହ ଭିଜିଲାନ୍ସ ଟିମ୍ ଶ୍ରୀ ପଟେଲଙ୍କ ପୈତୃକ ବାସଭବନ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଡଙ୍ଗରମୁଣ୍ଡା ଗାଁରେ ଚଢ଼ଉ କରିଥିଲା। ଏହି ଚଢ଼ଉରେ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ନୂଆପଡ଼ା ଭିଜିଲାନ୍ସ ଟିମ୍ ସାମିଲ ଥିଲେ।