ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡାକ୍ତରାଣୀ

ନୂଆପଡ଼ା,ଏନ୍ଏନ୍ଏସ୍ନୂଆପଡ଼ା ଜିଲ୍ଲାର ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ସୁକାନ୍ତି ପଣ୍ଡା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସୂଚନା ଅନୁଯାୟୀ, ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସୁଇପର ଭାବେ କାର୍ଯ୍ୟରତ ମହେଶ ଶହୀସ ୩ମାସ ହେଲା ଦରମା ପାଇ ନଥିଲେ । ତେବେ    ତାଙ୍କ ଦରମା କରିଦେବାକୁ ଡାକ୍ତର ସୁକାନ୍ତି ପଣ୍ଡା ମହେଶଙ୍କୁ ୭ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ମହେଶ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ ।

ଅଭିଯୋଗ ମୁତାବକ କଳାହାଣ୍ଡି ଭିଜିଲାନ୍ସ ଡିଏସ୍‌ପି ସତ୍ୟବାନ ମହନନ୍ଦଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ଚଢ଼ଉ କରିଥିଲା। ପୂର୍ବ ଯୋଜନା ଅନୁଯାୟୀ ସୁକାନ୍ତି ମହେଶଙ୍କ ଠାରୁ ୭ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଅଧିକାରୀଙ୍କ ହାତରେ ଧରପଡିଥିଲେ ।