ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର

ବଲାଙ୍ଗୀର,ଏନ୍ଏନ୍ଏସ୍: ବଲାଙ୍ଗୀର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ସହକାରୀ ମ୍ୟାନେଜର ତଥା ଭାରପ୍ରାପ୍ତ ସମ୍ପାଦକ ଅଶୋକ କୁମାର ମହାପାତ୍ରଙ୍କ ଘରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ଉ କରି ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳେ ଅଶୋକ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଚାଲିଥିବା ଖବର ମିଳିଛି।

ସୂଚନା ଅନୁଯାୟୀ ବଲାଙ୍ଗୀର ସ୍ୱତନ୍ତ୍ର ଭିଜିଲାନ୍ସ ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶରେ ବଲାଙ୍ଗୀର, ସୋନପୁର, ସମ୍ବଲପୁର ,ଝାରସୁଗୁଡ଼ା ଏବଂ ରାଉରକେଲାର ଭିଜିଲାନ୍ସ ଟିମ୍ ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ କରିଛନ୍ତି। ଭିଜିଲାନ୍ସ ଟିମ୍‌ ପ୍ୟାଲେସ୍‌ ଲାଇନ ନିକଟରେ ଥିବା ଅଶୋକ ମହାପାତ୍ରଙ୍କ ଦଶମତି ନଗରର ଦ୍ବିତଳ ବାସଭବନରେ ସକାଳୁ ଚଢ଼ଉ କରିଛି । ଏଥିସହମାଲପଡ଼ାସ୍ଥିତ ତାଙ୍କ ପୈତୃକ ଘର, ବଲାଙ୍ଗୀର ବ୍ୟାଙ୍କ କାର୍ଯ୍ୟାଳୟ, ଭବାନିପାଟଣାରେ ଅଶୋକ ମହାପାତ୍ରଙ୍କ ଝିଅଘର ଉପରେ ଚଢ଼ଉ ହୋଇଛି।