ଓଏଫଡିସିର ସୁପରଭାଇଜରକୁ ଧରିଲା ଭିଜିଲାନ୍ସ

ଝାରୁସୁଗୁଡା,ଏନ୍ଏନ୍ଏସ୍: ଓଏଫଡିସିର ସୁପରଭାଇଜର ସୁମନ୍ତ ପାଇକରାୟ ୧୬୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନସ ହାତରେ ଧରାପଡିଛନ୍ତି । କାଠ ଆକସନ ନେଇ ଝାରସୁଗୁଡା କାଠ ଗୋଦାମରୁ କାଠ ନେବା ପାଇଁ ଆସିବା ସମୟରେ ସୁପରଭାଇଜର ସୁମନ୍ତ ପାଇକରାୟ ପରମିନସ କରାଇଦେବା ପାଇଁ ଭାଗିରଥି ପ୍ରଧାନଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲେନସ ଦ୍ୱାରା ଗିରଫ ହୋଇଛନ୍ତି।