ନିଯୁକ୍ତି ଦେବା କହି ଲାଞ୍ଚ ନେଉଥିଲେ ଫରେଷ୍ଟର, ଧରିଲା ଭିଜିଲାନ୍ସ

କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ମ. ରାମପୁର ରେଞ୍ଜ ଅନ୍ତଗତ ମୋହନଗିରି ଫରେଷ୍ଟର ରୁଦ୍ର ପ୍ରସାଦ ଗହୀର ଫରେଷ୍ଟ ସ୍ୱାଡ଼ ସ୍ୱଧନା ଭୋଇଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚାକିରିରେ ନିଯୁକ୍ତି ନିୟମିତ କରାଇବାଦେବା ପାଇଁ ଲାଞ୍ଚ ନେଉଥିଲେ। ଏହି ଭିଜିଲାନ୍ସ ଚଢ଼ାଉରେ କଳାହାଣ୍ଡି ଭିଜିଲାନ୍ସ ଡ଼ିଏଏସପି ସତ୍ୟବାନ ମହାନନ୍ଦ ନେତୃତ୍ୱରେ ଇନ୍ସିପେକ୍ଟର କଳାବତୀ ବାଗ, ଟ୍ରେନର ସନ୍ତୋଷ ମହାନ୍ତି, କନେଷ୍ଟବଳ ପ୍ରକାଶ ବେହେରା ଓ ଶିବ ପ୍ରସାଦ ପ୍ରଧାନ ସାମିଲ ଥିଲେ।