ଭିଜିଲାନ୍ସ ଜାଲରେ କଂସର ଫରେଷ୍ଟର

 ଦେବଗଡ ,ଏନଏନଏସ :ଦେବଗଡ଼ ଫରେଷ୍ଟ ଡିଭିଜନ କଂସର ସେକ୍ସନ ରେ କାର୍ଯ୍ୟରତ ଫରେଷ୍ଟର ପ୍ରସନ୍ନ ମିଶ୍ର ଆଜି ଭକ୍ତାପଡା ଅଂଚଳର ଜଣେ. ଯୁବକଙ୍କୁ ଏକ ମାମଲାରୁ ମୁକୁଳିବାକୁ 3000ଟଙ୍କା ଲାଞ୍ଚ ନେଉଥିବାବେଳେ. ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଜଣାପଡିଛି l

ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାଇ କଂସର ଭକ୍ତାପଡା ଅଂଚଳର ଅରୁଣ ସାମlଡିଆ ନାମକ ଜଣେ ଯୁବକ ଜଙ୍ଗଲରୁ ଏକ ଶାଳ ଗଛ କାଟି ଆଣୁଥିବାବେଳେ ବନ କର୍ମଚାରୀମାନେ ଗତ 21 ତାରିଖଦିନ ଧରି ଅଟକ ରଖିଥିଲେ l

ଏହିମାମଲl କୁ ରଫାଦଫା ପାଈଁ ଫରେଷ୍ଟର ଶ୍ରୀ ମିଶ୍ର 8000ଟଙ୍କା ଦାବିକରିଥିଲେ l ଅରୁଣ ପୂର୍ବରୁ 5000 ଟଙ୍କା ଦେଇଥିବାବେଳେ ଆଜି ବାକି 3000 ଟଙ୍କା ଦେବା ପୂର୍ବରୁ ଦେବଗଡ଼ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲା l ଅରୂଣର ଅଭିଯୋଗ ଅନୁଯାଇ ଭିଜିଲାନ୍ସ ବିଭାଗ ପ୍ରସ୍ତୁତ ହୋଇ ରାସାୟନିକ ରଙ୍ଗବଳା ଟଙ୍କା ଅରୁଣ କୁ ଦେଇ ଫରେଷ୍ଟରଙ୍କ କାର୍ଯ୍ୟାଳୟ ନିକଟରେ ଛକି ରହିଥିଲେ l

ସନ୍ଧ୍ୟାରେ ଅରୁଣ ଫରେଷ୍ଟରଙ୍କୁ ଟଙ୍କାଦେଇ ବାହାରକୁ ଆସିବାପରେ ଡ଼ିଏସପି ପରମେଶ୍ୱର କିସାନ ସଦଳେବଳେ ସେଠାରେ ଚଢ଼ାଉ କରି ଫରେଷ୍ଟରଙ୍କ ଟେବୁଲରୁ ରାସାୟନିକ ରଙ୍ଗ ବୋଳା 6ଟି 500 ଟଙ୍କିଆ.ନୋଟ ଜବତ କରିବାସହ ଫରେଷ୍ଟର ଶ୍ରୀ ମିଶ୍ରଙ୍କୁ ଗିଫଫ କରି ଦେବଗଡ଼ ଭିଜିଲାନ୍ସ କାର୍ଯ୍ୟାଳୟକୁ ଆଣିଥିବା ବେଳେ ଆସନ୍ତାକାଲି ସମ୍ବଲପୁର ସ୍ଥିତ ଭିଜିଲାନ୍ସ କୋର୍ଟକୁ. ଚାଲାଣ କରିବେ ବୋଲି ଡ଼ିଏସପି ଶ୍ରୀ କିସାନ ସୂଚନା ଦେଇଛନ୍ତି l

ଅନ୍ୟ ପକ୍ଷରେ କାଠ ଚୋରଙ୍କ ଉପରେ. କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ତାଙ୍କୁ ଷଡ଼ଯନ୍ତ୍ରକାରୀ ମାନେ ମିଥ୍ୟା ଅଭିଯୋଗରେ ଫସାଇ ଥିବା ଫରେଷ୍ଟର ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି l.