ଜୁନରେ ରିଲିଜ ହେବ ବିଦ୍ୟାଙ୍କ ଆଗାମୀ ଫିଲ୍ମ ‘ଶେରନୀ’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଅଗାମୀ ଫିଲ୍ମ ‘ଶେରନୀ’ ଓଟିଟି ପ୍ଲାଟଫର୍ମ ଆମାଜନ୍ ପ୍ରାଇମ ଭିଡିଓରେ ରିଲିଜ ହେବ। ଏନେଇ ଆମାଜନ୍ ପ୍ରାଇମ ଭିଡିଓ ତରଫରୁ ସୂଚନା ପ୍ରଦାନ କରାଯାଇଛି। ଫିଲ୍ମଟି ଜୁନରେ ରିଲିଜ ହେବ ବୋଲି ଜଣାପଡ଼ିିଛି। ଫିଲ୍ମରେ ବିଦ୍ୟା ଜଣେ ମହିଳା ଅଫିସର ଭୂମିକାରେ ନଜର ଆସିବେ। ଯିଏକି ପ୍ରତିକୂଳ ଓ ଶତ୍ରୁତାପୂର୍ଣ୍ଣ ପରିବେଶରେ ନିଷ୍ଠା ସହକାରେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ଚେଷ୍ଟା କରୁଛନ୍ତି।

ଅମିତ ମାସୁରକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ‘ଶେରନୀ’ ଫିଲ୍ମରେ ବିଦ୍ୟାଙ୍କ ବ୍ୟତୀତ ଶରଦ ସକସେନା, ମୁକୁଲ ଚଡ଼ା, ବିଜୟ ରାଜ, ଇଲା ଅରୁଣ ଓ ନିରଜ କାବୀଙ୍କ ଭଳି କଳାକାର ନଜର ଆସିବେ।