ସୋରରେ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

ସୋର,ଏନ୍ଏନ୍ଏସ୍: ସୋର ମ୍ୟୁନିସିପାଲିଟି ଅନ୍ତର୍ଗତ କାଶୀପୁର ମୌଜାର ଜଣେ ଭିନ୍ନ ସମ୍ପ୍ରଦାୟର ଯୁବକଙ୍କ ସହ ସେହି ସଂପ୍ରଦାୟର ଜଣେ ବିବାହିତା ମହିଳାଙ୍କ ଅନୈତିକ ସଂପର୍କର ଭିଡିଓ ଭାଇରାଲ ହେବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି।

ଏହି ଗ୍ରାମର ଅସରନ୍ତ ଅଲ୍ଲୀ ଖାନ୍ ବାସୁଦେପୁର ଅଞ୍ଚଳର ବିବାହିତ ମହିଳାଙ୍କ ସହ ଅନୈତିକ ସଂପର୍କ ରଖିଥିବା ନେଇ ଏକ ଭିଡିଓ କିଛି ଦିନ ତଳେ ଭାଇରାଲ ହୋଇଥିଲା। ଏନେଇ ପୀଡିତାଙ୍କ ସ୍ୱାମୀ ଗତମାସ ୨୪ ତାରିଖରେ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଏଯାଏ ଅଭିଯୁକ୍ତ ଗିରଫ ହୋଇନଥିବା ଜଣାପଡିଛି।