କୁଲଡ଼ିହା ରେଞ୍ଜରଙ୍କ ରଙ୍ଗିଲା ଭିଡିଓ ଭାଇରାଲକୁ ନେଇ ଚର୍ଚ୍ଚା

ନୀଳଗିରି, ଏନ୍ଏନ୍ଏସ୍ : କୁଲଡ଼ିହା ରେଞ୍ଜର ଲକ୍ଷ୍ମଣ କୁମାର ପ୍ରଧାନଙ୍କ ସହିତ ଜୈନିକା ମହିଳା ଗାର୍ଡଙ୍କ ସହିତ ଏକ ଭିଡିଓ ଭାଇରାଲକୁ ନେଇ ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି । ଉକ୍ତ ଭିଡିଓରେ ସଂପୃକ୍ତ ରେଞ୍ଜର ମହିଳା ଗାର୍ଡଙ୍କ ସହିତ ଆପତି ଜନକ ଦୃଶ୍ୟ ଥିବାରୁ ଦେଖିବାକୁ ମିଳିଛି । ଏହାକୁ ନେଇ ଶୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଚାଲିଛି । ଦୁଇ ବର୍ଷ ପୂର୍ବରୁ ଉକ୍ତ ରେଞ୍ଜର କାର୍ଯ୍ୟରତ ମହିଳା ଗାର୍ଡ ଥିବା ବେଳେ ସଂପୃକ୍ତ ରେଞ୍ଜର ତାଙ୍କ ସହିତ ଆପତିଜନକ ଦୃଶ୍ୟ କୌଣସି ବ୍ୟକ୍ତି ଭିଡ଼ିଓ କରିଥିବା ବେଳେ ଉକ୍ତ ଭିଡିଓଟି ଗୁରୁବାର ଗଣମାଧ୍ୟମ ହାତକୁ ଆସିଲା ପରେ ସମଗ୍ର ବାଲେଶ୍ୱର ଜିଲ୍ଳାରେ ହଟଚମଟ କରିଛି । ଉକ୍ତ ଭିଡିଓଟି କାର୍ଯ୍ୟାଳୟ ପରିସର ଭିତରେ ହୋଇଥିବାର ଜଣାପଡୁଥିôବା ବେଳେ ଜୈନିକ ରେଞ୍ଜ ଅଧିକାରୀ କିଭଳି ଏହାକୁ ଗ୍ରହଣ କରୁଥିଲେ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଉକ୍ତ ଘଟଣା ବାବଦରେ ରେଞ୍ଜର ଲକ୍ଷ୍ମଣ ପ୍ରଧାନଙ୍କୁ ପଚାରିବାରୁ ଉକ୍ତ ଭାଇରାଲ ଭିଡିଓଟି ମୋର ନୁହେଁ ବୋଲି କହିବା ସହିତ ମୋ ଅଫିସରେ ଏମିତି ମହିଳା କାର୍ଯ୍ୟ କରୁନଥିବାର ପ୍ରକାଶ କରିଛନ୍ତି । ମୋ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି କହିବା ସହିତ ଏହା ଏକ କଳ୍ପ କଳ୍ପିତ ଭାଇରାଲ ଭିଡିଓ ବୋଲି ସୂଚନା ଦେଇଛନ୍ତି । ଉକ୍ତ ଗଟଣା ମୋର ସମ୍ମାନ କ୍ଷୁର୍ଣ୍ଣ କରିଥିବା ବେଳେ ଆଇନର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି ।