ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରଲ : ଯୁବକ ଗିରଫ

ରାଉରକେଲା, ଏନ୍ଏନ୍ଏସ୍: ବିବାହିତ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରଲ କରିଥିବା ଅଭିଯୋଗରେ ରାଉରକେଲାରେ ସାଇବର ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ଗିରଫ ଯୁବକ ବିହାର ମୁଙ୍ଗେର ଅଂଚଳର ଅମନରାଜ ଶର୍ମା(୧୯)।
ସୂଚନା ଅନୁଯାୟୀ, ଗତ ବର୍ଷ ସେପଟେମ୍ବର ମାସରେ ରାଉରକେଲାର ଜଣେ ଯୁବତୀଙ୍କ ସହ ମୁଙ୍ଗେର ବାସିନ୍ଦା ଅମନଙ୍କର ଫେସବୁକରେ ଫ୍ରେଣ୍ଡସିପ ହୋଇଥିଲା। ଦୁହେଁଙ୍କ ଭିତରେ ଫେସବୁକରେ ଚାଟିଙ୍ଗ ଆରମ୍ଭ ହୋଇ ଏହା ଫ୍ରେଣ୍ଡସିପରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସୋସିଆଲ ମିଡ଼ିଆରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ବାର୍ତାଳାପ ଚାଲିଥିଲା। ଗତ ବର୍ଷେକ ତଳେ ଯୁବତୀ ଜଣଙ୍କ କୌଣସି କାରଣରୁ ପରିବାର ଲୋକଙ୍କ ସହମତି କ୍ରମେ ଯୁବତୀ ଜଣଙ୍କର ବିବାହ ହୋଇଯାଇଥିଲା। ବିବାହର କିଛି ମାସପରେ ଅମନ ଯୁବତୀ ଜଣଙ୍କୁ ଫେସବୁକରେ ଚାଟିଙ୍ଗ କରିବା ପାଇଁ ଚାହିଁଥିଲେ ମଧ୍ୟ କୌଣସି ଖୋଜ ଖବର ଯୁବତୀଙ୍କର ପାଇ ନଥିଲା। ପରେ ଯୁବତୀ ଜଣଙ୍କ ବିବାହ ହୋଇଯାଇଥିବା ଖବର ପାଇ ଅମନ ଫେସବୁକରେ ଯୁବତୀଙ୍କ ସହ କିଛି ତାଙ୍କ ଫଟୋଥିବା ଅଶ୍ଳୀଳ ଫଟୋ ଫେସବୁକରେ ଛାଡ଼ିଥିଲା। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ଗତ ୧୭ ତାରିଖରେ ରାଉରକେଲା ସାଇବର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଉକ୍ତ ଘଟଣାର ତଦନ୍ତ କରି ସାଇବର ଥାନା ଏସପିଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ସାଇବର ଥାନା ଇନ୍ସପେକ୍ଟର ମୁନା ନାୟକ,ଏସଆଇ ସୁରି ନାରାୟଣ ପାତ୍ର ଓ ଅନ୍ୟ ପୁଲିସ କର୍ମଚାରୀମାନେ ବିହାର ଗ୍ରସ୍ତ କରିଥିଲେ। ସେଠାରେ ବିହାର ପୁଲିସ ସହାୟତାରେ ଅମନକୁ ପୁଲିସ ମୁଙ୍ଗେରରୁ ଗିରଫ କରି ରାଉରକେଲା ଆଣିଥିଲା। ପୁଲିସ ଅମନକୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି।