କରୋନା ଘେରରେ ‘ଉରି’ ହିରୋ

ମୁମ୍ବାଇ: ‘ଉରି’ ଫିଲ୍ମରୁ ବଲିଉଡରେ ନିଜର ଦବଦବା ଜାହିର କରିଥିବା ଅଭିନେତା ଭିକି କୌଶଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଭିକି ନିଜେ ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି। ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଏବେ ନିଜକୁ ଘରେ ଆଇସୋଲେଟ କରି ନେଇଛନ୍ତି। ଏଥିସହିତ ଗତ କିଛିଦିନ ହେବ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ଟେଷ୍ଟ କରିବା ପାଇଁ ଭିକି ପରାମର୍ଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମିସ୍ ୱାର୍ଲଡ ମାନୁଷୀ ଛିଲ୍ଲରଙ୍କ ସହ ଭିକି ଏକ ଫିଲ୍ମରେ ଅଭିନୟ କରୁଛନ୍ତି। ନିକଟରେ ଅଁକାରେଶ୍ୱର ଏବଂ ମହେଶ୍ୱରରେ ଭିକି ଓ ମାନୁଷୀ ଏହି ଫିଲ୍ମର ସୁଟିଂ କରିଛନ୍ତି।