ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଅଟକ

ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ୧୧୯ କଲୋନୀର ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସେ ବର୍ତ୍ତମାନ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତେବେ ସେ ବର୍ତ୍ତମାନ ଗର୍ଭବତୀ ଥିବା ଜଣାପଡ଼ିଛି।

ଖବରପାଇ ରିକ୍ଲାମେସନ କଲୋନୀର ସମାଜସେବୀ ତପତି ବିଶ୍ୱାସ ଓ ଲାଠିଆଗୁଡ଼ାର ବାଲାଜି ପଡ଼ାଲ ଚିକିତ୍ସାଳୟକୁ ଯାଇ ନାବାଳିକାଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ଆର୍ଶୀବାଦ କଲୋନୀର ଘାସିରାମ ବାଘ ବହୁ ଦିନରୁ ତା ସହିତ ଅନୈତିକ ସମ୍ପର୍କ ରଖିଥିବା ବେଳେ ଏହାକୁ ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ।

ସେହିପରି ୨ରୁ ୩ଦିନ ପୂର୍ବରୁ ୧୧୯ କଲୋନୀର ଖକନ ନିଆଲ ଓ ଧବୁଲୁ ଦୁର୍ଗା ତାଙ୍କ ଘରକୁ ଯାଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ଘଟଣା ଜାଣିବା ପରେ ସମାଜସେବୀ ତପତି ବିଶ୍ୱାସ ଥାନାରେ ଏତଲା ଦେବା ପରେ କେସ୍ ନଂ-୪୫ରେ ଏକ ମାମଲା ରୁଜ୍ଜୁ କରାଯାଇ ୩ ଜଣଙ୍କୁ ଅଟକ ରଖାଯାଇଥିବା ମାଲକାନଗିରି ଥାନା ଭାରପ୍ରାପ୍ତ ନିରୀକ୍ଷକ ରାମ ପ୍ରସାଦ ନାଗ ପ୍ରକଶ କରିଛନ୍ତି।