କିଟରେ କବିତା ବାର୍ତ୍ତା ପରିବହନ କଲେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ

ଭୁବନେଶ୍ୱର,ଏନ୍ଏନ୍ଏସ୍: କିଟରେ କବିତା ବାର୍ତ୍ତା ପରିବହନ କଲେ ଉପରାଷ୍ଟ୍ରପତି। ବିଶ୍ୱ କବି ମହାକୁମ୍ଭରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଯୋଗଦେଇ ବକ୍ତବ୍ୟ ଦେଇଥିଲେ। ଏହି ଅବସରରେ ସେ ଓଡ଼ିଆରେ ବକ୍ତବ୍ୟ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ ଓଡ଼ିଶାକୁ ଆସି ଖୁସି ଅଛନ୍ତି, ଭାଇଚାରା ସୃଷ୍ଟି ପାଇଁ କବିତା ଉତ୍ତମ ମାଧ୍ୟମ ବୋଲି ଓଡ଼ିଆରେ କହିଥିଲେ। ସେହିପରି ଗାନ୍ଧୀ ସତ୍ୟ ଓ ଅହିଂସାର ଦୂତ। ଏଥିସହ ସମଗ୍ର ବିଶ୍ୱ ହେଉଛି ଏକ ପରିବାର, ଗୋଟିଏ ସମୟରେ ଭାରତ ବିଶ୍ୱ ଗୁରୁ ଥିଲେ। ଦେଶ ବାହାରୁ ଛାତ୍ରଛାତ୍ରୀମାନେ ଆସି ନଳନ୍ଦାରେ ଅଧ୍ୟୟନ କରୁଥିଲେ। ସାହିତ୍ୟ, କଳା ଓ ସଂଗୀତ ନୃତ୍ୟ ମଣିଷକୁ ଶାନ୍ତି ଓ ଖୁସି ପ୍ରଦାନ କରିଥାଏ। କବିତା ସମସ୍ତ ବିଶ୍ୱକୁ ପରିବର୍ତ୍ତନରେ ସହାୟକ ହେବ ବୋଲି କହିଥିଲେ। ସବୁ ଭାଷା ସମ୍ମାନନୀୟ, କିନ୍ତୁ ମାତୃ ଭାଷାର ଗୁରୁତ୍ୱ ଅଧିକ, ତେଣୁ ପରମ୍ପରାର ମୂଲ୍ୟବୋଧକୁ ବଞ୍ଚାଇ ରଖିବା ପାଇଁ ଯୁବପୀଢ଼ୀଙ୍କୁ ଆହ୍ୱାନ ଦେଇଥିଲେ।

ଭାରତର ଉପରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡ଼ୁ ରବିବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଗଣେଶୀ ଲାଲ ତାଙ୍କୁ ସ୍ବାଗତ କରିଥିଲେ। ଏଥିସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ କେତେକ ବିଜେପି ନେତା ଉପସ୍ଥିତ

ଥିଲେ।


ସେଠାରୁ ଉପରାଷ୍ଟ୍ରପତି କିଟ୍‌ ବିଶ୍ୱବିଦ୍ୟାଳୟ ଯାଇ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରୁ ରାଜଭବନ‌ ଫେରି ମଧ୍ୟାହ୍ନ ଭୋଜନ କରିବେ। ସେହିପରି ଅପରାହ୍ଣ ୩ଟାରେ କଟକ ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବାକୁ ଥିବା ‘ସମାଜ’ର ବାର୍ଷିକ ଉତ୍ସବରେ ଯୋଗ ଦେବେ। ପରେ ସନ୍ଧ୍ୟା ୬ଟାରେ ଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ଥିବା ଜଣାଯାଇଛି। ଏ ନେଇ ଭୁବନେଶ୍ୱର କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।