ଉପରାଷ୍ଟ୍ରପତିଙ୍କ ବଲାଙ୍ଗିର ଗସ୍ତ ବାତିଲ, ରାଜ୍ୟପାଳ କରିବେ ଏଲପିଜି ବଟଲିଂ ପ୍ଲାଣ୍ଟର ଉଦଘାଟନ

ବଲାଙ୍ଗିର,ଏନ୍ଏନ୍ଏସ୍: ଖରାପ ପାଗ ଯୋଗୁଁ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନଇଡୁଙ୍କ ବଲାଙ୍ଗିର ଗସ୍ତ ବାତିଲ ହୋଇଛି। ଆଜି ବଲାଙ୍ଗିରରେ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଉଦଘାଟନ କରିବାକୁ ଉପରାଷ୍ଟ୍ରପତି ବଲାଙ୍ଗିର ଆସିବାକୁ ଥିବା ବେଳେ କୁହୁଡ଼ି ଯୋଗୁଁ ତାଙ୍କ ବିମାନ ଉଡାଣ ନେଇପାରି ନଥିଲା । ଫଳରେ ଏହି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ତେବେ ଉପରାଷ୍ଟ୍ରପତିଙ୍କୁ ଭେଟିବା ପାଇର୍ ହଜାର ହଜାର ଲୋକ ଆସିଥିବା ବେଳେ ଅଚାନ ଏହା ବାତିଲ ହେବାରୁ ଜନସାଧାରଣ ନିରାଶ ହୋଇଛନ୍ତି। ଅନ୍ୟପଟେ ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ଉଦଘାଟନ କରିବେ। ସେହିପରି ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିବେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ ବଲାଙ୍ଗିରରେ ଉପରାଷ୍ଟ୍ରପତି ଏମ୍. ଭେଙ୍କେୟା ନାଇଡୁ ଶୁକ୍ରବାର ବଲାଙ୍ଗିର ଆସି ଏଲପିଜି ବଟଲିଂ ପ୍ଲାଣ୍ଟକୁ ଉଦଘାଟନ କରିଥାନ୍ତେ ଏବଂ ପରେ ରାଜନ୍ଦ୍ରେ କଲେଜର ପ୍ଲାଟିନମ୍ ଜୁବଲି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା।