ରାଜେନ୍ଦ୍ର ମହାବିଦ୍ୟାଳୟ ପ୍ଲାଟିନମ ଜୁବୁଲିରେ ଯୋଗଦେବେ ରାଷ୍ଟ୍ରପତି

ବଲାଙ୍ଗିର,ଏନଏନଏସ: ପଶ୍ଚିମ ଓଡିଶାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ମହାବିଦ୍ୟାଳୟ ଚଳିତ ବର୍ଷ ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ ଜୁବୁଲି ପାଳନ କରିବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର ଚାଲିଛି । ତେବେ ପ୍ଲାଟିନମ ଜୁବୁଲି ଉତ୍ସବରେ ଭାରତର ଉପ ରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁ ଯୋଗ ଦେବା ପାଇଁ ସଦୟ ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଆଲୁମ୍ନି ସଂଘ ତରଫରୁ ସୂଚନା ଦିଆଯାଇଛି ।

ଜୁବୁଲିରେ ଯୋଗଦେବାକୁ ନିମନ୍ତ୍ରଣ କରିବା ପାଇଁ ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ ଓ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କନକ ବର୍ଦ୍ଧନ ସିଂଦେଓ ଦିଲ୍ଲୀସ୍ଥିତ ଉପ ରାଷ୍ଟ୍ରପତିଙ୍କ ବାସ ଭବନରେ ତାଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ଉପ ରାଷ୍ଟ୍ରପତି ଜୁବୁଲି ଉତ୍ସବରେ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ । ତେବେ ଏ ପର୍ଯ୍ୟନ୍ତ ତାରିଖ ନିର୍ଦ୍ଧାରିତ ହୋଇନଥିବା ବେଳେ ଖୁବ ଶୀଘ୍ର ଏକ ତାରିଖ ନିର୍ଦ୍ଧାରିତ କରି ଅବଗତ କରାଯିବ ବୋଲି ଉପ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଜଣାଇଥିବା ଆଲୁମନି ସଂଘ କହିଛି ।